ନୂଆଦିଲ୍ଲୀ: ବନ୍ଦ ହୋଇଯିବ କି ଧ୍ବଜାବତରଣ ଉତ୍ସବ ? ଅଟାରୀ ସୀମାରେ ଆଉ ଦେଖିବାକୁ ମିଳିବନି କି ବିଟିଂ ରିଟ୍ରିଟ୍ ସମାରୋହ ? ଗତକାଲିର କିଛି ଦୃଶ୍ୟ ବଢାଇଲା ଚର୍ଚ୍ଚା । ଗତକାଲି ୱାଘା-ଅଟାରୀ ସୀମାରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଧ୍ବଜାବତରଣ ଉତ୍ସବ ବନ୍ଦ ହେବାର ଆଶଙ୍କାକୁ ଅଧିକ ଘନୀଭୂତ କରିଛି । କାରଣ ପହଲଗାମ୍ ଆତଙ୍କୀ ହମଲା ପରେ ବଦଳିଛି ବିଟିଂ ରିଟ୍ରିଟ୍ ସମାରୋହର ନିୟମ ।
ପହଲଗାମ୍ ଆତଙ୍କୀ ହମଲା ପରେ ତାତିଛନ୍ତି ଦେଶବାସୀ । ପାକିସ୍ତାନ ଉପରେ ଆକ୍ସନ ନେବାକୁ ଭାରତ ସରକାର ଅଣ୍ଟା ଭିଡିଥିବା ବେଳେ ଏବଂ କୂଟନୈତିକ ସ୍ତରରେ ପ୍ରହାର ଆରମ୍ଭ କରିଥିବା ବେଳ ଗତକାଲି ୱାଘା-ଅଟାରୀ ସୀମାରେ ହୋଇଥିବା ଧ୍ବଜାବତରଣ ସମାରୋହରେ ଦେଖିବାକୁ ମିଳିଥିବା ଭିନ୍ନ ଚିତ୍ର। ନା ଦୁଇ ଦେଶର ଯବାନ ବୀରତ୍ବର ପ୍ରଦର୍ଶନ କଲା ବେଳେ ଉଭୟ ଉଭୟଙ୍କ ଭିତରେ ହାତ ମେଳା ମେଳି ହେଲେ ନା ଗେଟ୍ ଖୋଲା ହେଲା ।
#WATCH | Amritsar, Punjab | The Flag-lowering ceremony at the Attari-Wagah integrated checkpost was held without opening the gates.
— ANI (@ANI) April 24, 2025
In the wake of the horrific #PahalgamTerroristAttack, the government of India has decided to close the integrated checkpost Attari with immediate… pic.twitter.com/Y4j6YfzbLd
ଗତକାଲି ଦିନରେ ପାକିସ୍ତାନ ୱାଘା ସୀମା ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ପରେ ଭାରତ ପକ୍ଷରୁ ମଧ୍ୟ ଗେଟ୍ ଖୋଲା ଯାଇନଥିଲା । ପ୍ରଥମ ଥର ପାଇଁ ଗେଟ୍ ବନ୍ଦ ରହିଛି ଧ୍ବଜାବରତରଣ ଉତ୍ସବ ହୋଇଥିବା ବେଳେ ଦୁଇ ପକ୍ଷର ଯବାନ ହାତ ବି ମେଳାଇ ନଥିଲେ । ତେଣୁ ଏହା ଧ୍ବଜାବତରଣ ସମାରୋହ ବନ୍ଦର ଏକ ସଂକେତ ହୋଇପାରେ ବୋଲି କୁହାଯାଉଛି ।
ଯଦିଓ ସେଠାରେ ଥିବା ଯବାନମାନେ ଏହି ଆଶଙ୍କା କରୁଛନ୍ତି ମାତ୍ର ଏଯାଏଁ ସେମାନଙ୍କୁ ମୁଖ୍ୟାଳୟରୁ କୌଣସି ସୂଚନା ମିଳିନି । ଆଦେଶ ମିଳିଲେ ସେମାନେ ଧ୍ବଜାବତରଣ ସମାରୋହ ବନ୍ଦ କରିବେ ବୋଲି କହିଛନ୍ତି ।