ଆସନ୍ତାକାଲି ଭାରତ ପରୀକ୍ଷା କରିବ ଜଳରେ ଲକ୍ଷ୍ୟଭେଦ କରୁଥିବା ସବୁଠାରୁ ଶକ୍ତିଶାଳୀ ପରମାଣୁ ମିସାଇଲ୍‌

ବିଶାଖାପଟ୍‌ନମ : ଭାରତ ପୁଣି ଥରେ ପାଣି ଭିତରେ ଆଣବିକ କ୍ଷମତା ସଂପନ୍ନ  ମିସାଇଲର ପରୀକ୍ଷଣ କରିବାକୁ ଯାଉଛି । ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଅର୍‌ଗାନାଇଜେସନ୍‌ (ଡିଆରଡିଓ) ଏହି ପରୀକ୍ଷା ନଭେମ୍ବର ୮ରେ କରିବାକୁ ଯାଉଥିବା ଜଣାପଡ଼ିଛି । ଏହି ମିସାଇଲର ପରୀକ୍ଷଣ  ଆନ୍ଧ୍ରପ୍ରଦେଶର  ବିଶାଖାପଟ୍ଟନମ୍ ଉପକୂଳରେ କରାଯିବ ବୋଲି ସୂଚନା ମିଳିଛି । କୁହାଯାଉଛି କି, ପାଣି ଭିତରେ ତିଆରି ହୋଇଥିବା ଏକ ପ୍ଲାଟ୍‌ଫର୍ମରୁ ଏହାକୁ ପରୀକ୍ଷଣ କରାଯିବ ।

भारत दागेगा सबसे ताकतवर अंडरवॉटर न्यूक्लियर मिसाइल, सिर्फ 6 देशों के पास
aajtak.intoday.in

ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇର ସୂଚନା ମୁତାବକ, ପରୀକ୍ଷଣ କରାଯାଉଥିବା ମିସାଇଲ୍‌ର ନାଁ ରହିଛି  କେ-୪ ଶୌର୍ଯ୍ୟ ମିସାଇଲ । ଏହି ମିସାଇଲ ପ୍ରାୟ ୩,୫୦୦କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରି ପାରିବା ସହ ଏହା ଦେଶର ଦ୍ୱିତୀୟ ପାଣି ଭିତରେ ନିକ୍ଷେପ କରାଯାଇ ପାରୁଥିବା କ୍ଷେପଣାସ୍ତ୍ର ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ବିଓ-୫ ପରମାଣୁ ମିସାଇଲ୍‌ର ଭାରତ ସଫଳ ପରୀକ୍ଷଣ କରିଥିଲା,  ଯାହା ପ୍ରାୟ ୭୦୦କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରି ପାରିଥିଲା । ଏବେ କେ-୪ ଶୌର୍ଯ୍ୟ ମିସାଇଲ ୩,୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରୁ ଥିବାରୁ ଏହା ଭାରତର ସବୁଠାରୁ ଶକ୍ତିଶାଳୀ ମିସାଇଲ ହେବ । ଗତ ମାସରେ ଏହି ମିସାଇଲର ପରୀକ୍ଷଣ ହେବାକୁ ଥିବା ବେଳେ କୌଣସି କାରଣରୁ ଏହା ଅଟକି ଯାଇଥିଲା । ଆମେରିକା, ବ୍ରିଟେନ, ଫ୍ରାନ୍ସ, ଋଷ ଏବଂ ଚୀନ୍‌ ପରେ ଭାରତ ପାଣି ଭିତରେ ନିକ୍ଷେପ ହୋଇ ପାରୁଥିବା ପରମାଣୁ ମିସାଇଲ ରଖିବାରେ ଷଷ୍ଠ ଦେଶ ବନିଛି ।

ସମ୍ବନ୍ଧିତ ଖବର