ନୂଆଦିଲ୍ଲୀ : ହାଇପରସୋନିକ କ୍ଷେପଣାସ୍ତ୍ରକୁ ଆଧୁନିକ ଯୁଗରେ ସବୁଠାରୁ ଘାତକ ଅସ୍ତ୍ରମଧ୍ୟରେ ଗଣାଯାଉଛି । କାରଣ ଏହାକୁ କୌଣସି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ଅଟକାଇପାରିବେ ନାହିଁ । ବିଶ୍ବର ହାତଗଣତି ଦେଶଙ୍କ ପାଖରେ ଏହି ଟେକନଲୋଜୀ ଅଛି । ଏବେ ଭାରତ ଏପରି କ୍ଷେପଣାସ୍ତ୍ର ତିଆରି କରିବାକୁ ଯାଉଛି । ଆସନ୍ତା ୨-୩ ବର୍ଷରେ ଭାରତ ହାଇପରସେନିକ କ୍ଷେପଣାସ୍ତ୍ରର ପରୀକ୍ଷଣ ଶେଷ କରି ସେନାରେ ସାମିଲ କରିବ ।
ଏନଡିଟିଭିକୁ ଡିଆରଡିଓ ମୁଖ୍ୟ ଡକ୍ଟର ସମୀର ଭି. କାମତ କହିଛନ୍ତି ଯେ ଭାରତ ଏବେ ହାଇପରସୋନିକ୍ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ଉପରେ ଦ୍ରୁତ ଗତିରେ କାମ କରୁଛି। ସେ କହିଛନ୍ତି, "ଆମେ ଏହି ଦିଗରେ ପ୍ରାରମ୍ଭିକ ସଫଳତା ହାସଲ କରିଛୁ। ଏହାର ଶେଷ ପରୀକ୍ଷଣ ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ସମାପ୍ତ ହେବ। ଏହା ପରେ ଏହାକୁ ସେନାରେ ସାମିଲ କରାଯିବ।"
ସେ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ର ହାଇପରସୋନିକ୍ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର୍ ଯାନ ଉପରେ ଆଧାରିତ, ଯାହାକୁ ଭାରତ ୨୦୨୦ରେ ହିଁ ସଫଳତାର ସହ ପରୀକ୍ଷଣ କରିଥିଲା। ସେହି ସମୟରେ, ଗତ ବର୍ଷ ନଭେମ୍ବରରେ, ଡିଆରଡିଓ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଦୀର୍ଘ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/19/hypersonic1-2025-06-19-22-49-23.jpg)