ଚୀନର ମୁକାବିଲା ପାଇଁ ଲଦାଖରେ ଥିବା ନ୍ୟୋମା ଏୟାରଫିଲଡର ସଂପ୍ରସାରଣ ହେବ

ନୂଆଦିଲ୍ଲୀ : ସୀମା ସେପଟୁ ଚୀନର ବିପଦ ବଢିଚାଲିଥିବାରୁ ତାହାର ମୁକାବିଲା ପାଇଁ ଭାରତ ଲଦାଖ, ଅରୁଣାଚଳପ୍ରଦେଶ ଓ ଅନ୍ୟ ଅଂଚଳରେ ସାମରିକ ଭିତ୍ତିଭୂମିର ବିକାଶ କରିଚାଲିଛି । ଏବେ ଏକ ମହତ୍ବପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ କାମ ସରକାର ହାତକୁ ନେଇଛନ୍ତି । ତାହା ହେଉଛି ଲଦାଖର  ନ୍ୟୋମା ଏୟାରଫିଲଡର ବିକାଶ । ଏହି ଏୟାରଫିଲଡ୍ ନିର୍ମାଣ ପାଇଁ ଭାରତ ସରକାର ବିଡ୍ ଆହ୍ବାନ କରିଛନ୍ତି । ଏହି ଏୟାରଫିଲଡ ଭାରତରେ ସର୍ବୋଚ୍ଚ ଏୟାରଫିଲଡ ହୋଇଥିବାବେଳେ ଏହା ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତ । ବର୍ଡର ରୋଡ ଅର୍ଗାନାଇଜେସନ ପକ୍ଷରୁ ଏହି ବିଡ୍ ଆହ୍ବାନ କରାଯାଇଛି ।

ଏହି ଏୟାରଫିଲଡର ବିକାଶ କାର୍ଯ୍ୟ ଆସନ୍ତା ୨ ବର୍ଷରେ ଶେଷ ହେବ । ଏହି ପ୍ରକଳ୍ପରେ ୨୧୪ କୋଟିବ୍ୟୟ ହେବ । ୧୨୩୫ ଏକର ପରିମିତ ଅଂଚଳରେ ଏହା ନିର୍ମାଣ ହେବ ।  ଏହି ଏୟାରଫିଲଡରେ ୨.୭ କିଲୋମିଟର ଲମ୍ବ ଦୁଇଟି ରନଓ୍ବେ ଓ ଅନ୍ୟାନ୍ୟ ମିଲିଟାରି ଭିତ୍ତିଭୂମି ରହିବ ।

ଏହି ଏୟାରଫିଲଡରେ ଏବେ ଗୋଟିଏ ରନଓ୍ବେ ରହିଛି । ଏହି ଏୟାରଫିଲଡର ସଂପ୍ରସାରଣ ପରେ ଏହା ବର୍ଷର ସବୁ ସମୟରେ ବ୍ୟବହାର ଉପଯୋଗୀ ହୋଇପାରିବ । ଯୁଦ୍ଧ ସମୟରେ ଏହି ଏୟାରଫିଲଡ ମାଧ୍ୟମରେ କମ ସମୟରେ ସୈନ୍ୟ ଠୁ​ଳ କରାଯାଇପାରିବ ।

 

ସମ୍ବନ୍ଧିତ ଖବର