ଧନୀ ରାଷ୍ଟ୍ରରେ ଶିକ୍ଷିତ ପ୍ରବାସୀଙ୍କ ତାଲିକାରେ ଭାରତୀୟ ଶୀର୍ଷରେ

ନୂଆଦିଲ୍ଲୀ : ଓଇସିଡି (ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ)ର ୩୭ଟି ସଦସ୍ୟ ରାଷ୍ଟ୍ରରେ ପ୍ରାୟ ୧୨ କୋଟି ପ୍ରବାସୀ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ୩୦ରୁ ୩୫ ପ୍ରତିଶତ ଉଚ୍ଚ ଶିକ୍ଷିତ। ଓଇସିଡି ତଥ୍ୟରୁ ଏହା ଜଣାପଡ଼ିଛି। ଓଇସିଡି ତଥ୍ୟ ଅନୁଯାୟୀ ଧନୀ ରାଷ୍ଟ୍ରରେ ଶିକ୍ଷିତ ପ୍ରବାସୀଙ୍କ ତାଲିକାରେ ଭାରତୀୟ ଶୀର୍ଷରେ। ୨୦୧୫/୧୬ ରେ ଓଇସିଡିରେ ପ୍ରାୟ ୩ନିୟୁତରୁ ଅଧିକ ଶିକ୍ଷିତ ପ୍ରବାସୀ ରହିଛନ୍ତି। ଏହାର ଅର୍ଥ ପ୍ରାୟ ୬୫ ପ୍ରତିଶତ ଭାରତୀୟ ଶିକ୍ଷିତ ପ୍ରବାସୀ ଓଇସିଡି ସଦସ୍ୟ ରାଷ୍ଟ୍ରରେ ରହିଛନ୍ତି।

ଅନ୍ୟପକ୍ଷେ ଚୀନ୍‌ରୁ ପ୍ରାୟ ୨.୨୫ ନିୟୁତ ତଥା ୪୮.୬ ପ୍ରତିଶତ ଉଚ୍ଚ ଶିକ୍ଷିତ ପ୍ରବାସୀ ଓଇସିଡିରେ ରହିଛନ୍ତି। ଓଇସିଡି ରାଷ୍ଟ୍ରରେ ଭାରତରୁ ୩.୧୨ ନିୟୁତ ଶିକ୍ଷିତ ପ୍ରବାସୀ ଥିବାବେଳେ ଚୀନ୍‌ରୁ ୨.୨୫ ନିୟୁତ, ଫିଲିପାଇନ୍ସରୁ ୧.୮୯ ନିୟୁତ, ବ୍ରିଟେନ୍‌ରୁ ୧.୭୫ ନିୟୁତ, ଜର୍ମାନୀରୁ ୧.୪୭ ନିୟୁତ, ପୋଲାଣ୍ଡ୍‌ରୁ ୧.୨୦ ନିୟୁତ, ମେକ୍ସିକୋରୁ ୧.୧୪ ନିୟୁତ, ରୁଷ୍‌ରୁ ୧.୦୬ ନିୟୁତ ଶିକ୍ଷିତ ପ୍ରବାସୀ ରହିଛନ୍ତି। ଭାରତ ଏବଂ ଚୀନ୍‌ ପରେ ଓଇସିଡି ରାଷ୍ଟ୍ର ଶିକ୍ଷିତ ପ୍ରବାସୀ ତାଲିକାରେ ଫିଲିପାଇନ୍ସ ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର