ଟ୍ରମ୍ପ୍‌ଙ୍କ ଚତୁର୍ଥ ମଧ୍ୟସ୍ଥତା‌ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପୁଣିଥରେ ଆଗ୍ରହ ପ୍ରକାଶ କରିଥିବାରୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କାଶ୍ମୀର ପ୍ରସଙ୍ଗ ହେଉଛି ଦ୍ବିପାକ୍ଷିକ। ଏଥିରେ ତୃତୀୟ ପକ୍ଷ ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନାହିଁ। ଭାରତ ଏକଥା ପୂର୍ବରୁ ସ୍ପ‌ଷ୍ଟ କରିଛି ଏବଂ କାଶ୍ମୀର ନୀତିରେ କୌଣସି ପରିବର୍ତ୍ତନ ହେବନାହିଁ କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନକୁ ସହଯୋଗ କରିବାପାଇଁ ଟ୍ରମ୍ପ୍‌ ବିଗତ ୫ ମାସ ମଧ୍ୟରେ ୪ ଥର ଆଗ୍ରହ ବଳାଇଛନ୍ତି। ଗତକାଲି ଟ୍ରମ୍ପ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ଡାଭୋସ୍‌ରେ ଗଣମାଧ୍ୟମକୁ ଉଦ୍‌ବୋଧନ ଦେବା ସମୟରେ ପୁଣିଥରେ କାଶ୍ମୀର ମାମଲାରେ ମଧ୍ୟସ୍ଥତା ପାଇଁ ଆଗ୍ରହ ଦେଖାଇଥିଲେ।

ସମ୍ବନ୍ଧିତ ଖବର