ଓଡ଼ିଶାରେ ବିଜେଡ଼ିକୁ ୧୧ ଓ ବିଜେପିକୁ ୧୦ ଆସନ ମିଳିବ, ଦେଶରେ ବିଜେପିକୁ ମିଳିବ ୩୩୫ : ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ବିପୁଳ ବିଜୟ ମିଳିପାରେ । ଏନଡିଏକୁ ମୋଟ ୩୭୮ଟି ଆସନ ମିଳିବାର ସମ୍ଭାବନା ରହିଛି । ତା ମଧ୍ୟରୁ କେବଳ ବିଜେପିକୁ ୩୩୫ଟି ଆସନ ମିଳିପାରେ । ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ୯୮ଟି ଆସନ ମିଳିବାର ସମ୍ଭାବନା ଅଛି ବୋଲି ଇଣ୍ଡିଆ ଟିଭି-ସିଏନଏକ୍ସ ପକ୍ଷରୁ କରାଯାଇଥିବା ମତାମତ ସର୍ଭେ କହିଛି । ଏହା ମଧ୍ୟରୁ କଂଗ୍ରେସକୁ ୩୭ଟି ଆସନ ମିଳିବାର ସମ୍ଭାବନା ରହିଛି । ଅନ୍ୟ ଦଳମାନଙ୍କୁ ୬୭ଟି ଆସନ ମିଳିପାରେ ।

ଓଡ଼ିଶାର ୨୧ଟି ଆସନର ମଧ୍ୟ ଜନମତ ସର୍ବେକ୍ଷଣ ପ୍ରକାଶ ପାଇଛି। ଇଣ୍ଡିଆ ଟିଭି-ସିଏନଏକ୍ସର ଓପିନିୟନ ପୋଲ ଅନୁଯାୟୀ, ଓଡ଼ିଶାର ୨୧ଟି ଆସନରୁ ବିଜେଡି ୧୧ଟି ଓ ବିଜେପି ୧୦ଟି ଆସନ ରେ ବିଜୟୀ ହୋଇପାରେ।

ବିହାରରେ ମୋଟ ୪୦ଟି ଲୋକସଭା ଆସନରୁ ବିଜେପି ୧୭ଟି ଓ ଜନତା ଦଳ ୟୁନାଇଟେଡ୍ ୧୨ଟି ଆସନ ରେ ବିଜୟୀ ହୋଇପାରେ। ଏଲଜେପିର ଉଭୟ ଦଳକୁ ୪ଟି ଆସନ ମିଳିପାରେ । ସେହିପରି ରାଷ୍ଟ୍ରୀୟ ଜନତା ଦଳକୁ ୪ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ଏହା ସହ କଂଗ୍ରେସର ଆକାଉଣ୍ଟ ମଧ୍ୟ ଖୋଲାଯାଇପାରେ । କିଶନଗଞ୍ଜରୁ କଂଗ୍ରେସକୁ ଗୋଟିଏ ଆସନ ମିଳିବ ବୋଲି ଆକଳନ କରାଯାଇଛି। ରାଜସ୍ଥାନର ସମସ୍ତ ୨୫ଟି ଆସନରେ ଜିତିବ ବିଜେପି । ଦକ୍ଷିଣ ଭାରତରେ ବି ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର