ଚୀନସେନା ଯଥାଶୀଘ୍ର ପଛକୁ ହଟିବା ଉଚିତ : ଭାରତ

ନୂଆଦିଲ୍ଲୀ : ଲଦାଖ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଅଟକି ରହିଥିବା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ପୁଣି ଆରମ୍ଭ କରିବାକୁ ଭାରତ ଚୀନକୁ କହିଛି । ସୀମାର ସ୍ଥିତି ଉପରେ ଦୁଇ ଦେଶର ଭବିଷ୍ୟତ ଦ୍ୱିପାକ୍ଷିକ ସଂପର୍କ ନିର୍ଭର କରିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟଭାବେ ଜଣାଇଦେଇଛି ।
ଚୀନ ସେନା ଏଲଏସିର କେତେକ ଅଞ୍ଚଳରୁ ପଛକୁ ହଟୁନଥିବା ଉଲ୍ଲେଖ କରି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଚୀନ ସେନା ଯଥା ଶୀଘ୍ର ପଛକୁ ଫେରିବା ଉଚିତ । ସୀମାରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଲାଗି ଚୀନ ସେନା ପଛକୁ ଫେରିବା ଉଚିତ ।

ସୂଚନାଯୋଗ୍ୟ ଯେ ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ନିଜର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ସଂଖ୍ୟା ପ୍ରକାଶ କରିନାହିଁ । ଏହା ପରେ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଦୁଇପକ୍ଷର ସୈନ୍ୟମାନେ ୧ରୁ ୧.୫ କିଲୋମିଟର ପଛକୁ ଘୁଞ୍ଚିବେ । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚୀନ ସେନା ଏପର୍ଯ୍ୟନ୍ତ ପୋଙ୍ଗୟାଂ ସୋ ହ୍ରଦ ଅଞ୍ଚଳରୁ ପଛକୁ ହଟି ନାହିଁ । ଏହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି ।

ସମ୍ବନ୍ଧିତ ଖବର