ନୂଆଦିଲ୍ଲୀ/ୱାଶିଂଟନ:  ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଅଟକି ରହିଛି। ଏହାର କାରଣ ହେଉଛି 'ନନ୍ ଭେଜ୍ କ୍ଷୀର'। ଆମେରିକା ଚାହୁଁଛି ଯେ, ଭାରତ ସେମାନଙ୍କ ପାଇଁ  ଦୁଗ୍ଧ କ୍ଷେତ୍ର ଖୋଲି ଦେଉ, କିନ୍ତୁ ଭାରତ ତାହା କରିବାକୁ ଚାହୁଁନାହିଁ। ଭାରତ କହିଛି ଯେ, ଏହାର କିଛି ସାଂସ୍କୃତିକ ଚିନ୍ତା ଅଛି। ତେଣୁ ଭାରତ  ଆମେରିକାର ଏହି ଦାବିକୁ ଗ୍ରହଣ କରିପାରିବ ନାହିଁ।

Advertisment

ପ୍ରକୃତରେ, ଆମେରିକା ଭାରତ ସହିତ କୃଷି ଏବଂ ଦୁଗ୍ଧ କ୍ଷେତ୍ରରେ ବ୍ୟବସାୟ କରିବାକୁ ଚାହୁଁଛି। ଭାରତରେ କୃଷି ଏବଂ ଦୁଗ୍ଧ ଉତ୍ପାଦର ଏକ ବଡ଼ ଚାହିଦା ଅଛି। ତେଣୁ, ଆମେରିକା ଅନୁଭବ କରୁଛି ଯେ, ଭାରତରେ ଏହି ଉତ୍ପାଦଗୁଡ଼ିକର ଏକ ବଡ଼ ବଜାର ସୃଷ୍ଟି ହୋଇପାରିବ।

କିନ୍ତୁ ଭାରତ ଆମେରିକାର ଦୁଗ୍ଧ ଉତ୍ପାଦ ପାଇଁ ନିଜର ବଜାର ଖୋଲିବାକୁ ଚାହୁଁନାହିଁ। ଏହାର ଏକ ବଡ଼ କାରଣ ହେଉଛି ' ନନ୍ ଭେଜ୍ କ୍ଷୀର'। ଭାରତ ସ୍ପଷ୍ଟ ଭାବରେ କହିଛି ଯେ, ସାଂସ୍କୃତିକ ଚିନ୍ତା ଯୋଗୁ ଆମେରିକାର ଏହି ଦାବିକୁ ଗ୍ରହଣ କରାଯିବ ନାହିଁ।  ଭାରତ ନିଜର ସଂସ୍କୃତି ବିଷୟରେ ଚିନ୍ତିତ ଏବଂ  ଚାହୁଁନାହିଁ ଯେ, ଆମେରିକାର ଦୁଗ୍ଧ ଉତ୍ପାଦ ଦେଶର ସଂସ୍କୃତିକୁ ପ୍ରଭାବିତ କରୁ।

ଆମେରିକାରେ ଗାଈମାନଙ୍କୁ ମାଂସ ଥିବା ଉତ୍ପାଦ ଖାଇବାକୁ ଦିଆଯାଏ। ଦି ସିଆଟେଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଗାଈମାନଙ୍କୁ ଘୁଷୁରୀ, ମାଛ, କୁକୁଡ଼ା, ଘୋଡ଼ା ଏବଂ ଏପରିକି ବିଲେଇ କିମ୍ବା କୁକୁରର ଅଂଶବିଶେଷ ମଧ୍ୟ ଖୁଆଇ ଦିଆଯାଏ। ସେମାନଙ୍କୁ ମୋଟା କରିବା ପାଇଁ ପ୍ରୋଟିନ୍  ଭାବେ ପଶୁ ରକ୍ତ  ଏବଂ ଚର୍ବି ଦିଆଯାଇଥାଏ।  ରିପୋର୍ଟ ଅନୁଯାୟୀ, ପଶୁ ଖାଦ୍ୟରେ ପ୍ରାୟତଃ ପଶୁ ଅଂଶବିଶେଷର ମିଶ୍ରଣ ହୋଇଥାଏ। ଏହାର ଅର୍ଥ ହେଉଛି ଗାଈମାନଙ୍କୁ ଦିଆଯାଉଥିବା ଖାଦ୍ୟରେ ପ୍ରାୟତଃ ପଶୁ ଅବଶେଷ ଥାଏ। ଘଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗାଈମାନଙ୍କୁ ଏବେ ବି ଏପରି ଖାଦ୍ୟ ଦେବାକୁ ଅନୁମତି ଦିଆଯାଇଛି। ଏହି ଖାଦ୍ୟରେ ଘୁଷୁରୀ, ମାଛ, କୁକୁଡ଼ା, ଘୋଡ଼ା ଏବଂ  ବିଲେଇ କିମ୍ବା କୁକୁରର ଅଂଶବିଶେଷ ମଧ୍ୟ ମିଶିଥାଏ।

ଏହି ସୂଚନା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହୋଇପାରେ। ଅନେକ ଲୋକ ଜାଣନ୍ତି ନାହିଁ ଯେ, ଯେଉଁ ପ୍ରାଣୀମାନଙ୍କଠାରୁ କ୍ଷୀର ମିଳିଥାଏ ସେମାନଙ୍କୁ ମଧ୍ୟ ମାଂସ ଖାଇବାକୁ ଦିଆଯାଇପାରିବ। ଏହା ଦ୍ୱାରା ଦୁଗ୍ଧଜାତ ଦ୍ରବ୍ୟକୁ 'ନନ୍-ଭେଜ୍ ମିଲ୍କ' କୁହାଯାଇଥାଏ।

ଅଧିକ ପଢ଼ନ୍ତୁ: ପୁଟିନଙ୍କୁ ବଡ଼ ଝଟକା ଦେବାକୁ ପ୍ରସ୍ତୁତି: ଜେଲେନସ୍କିଙ୍କ ସହ ମିଶି ମସ୍କୋ ଉପରେ ଆକ୍ରମଣ ଯୋଜନା କଲେ ଟ୍ରମ୍ପ!

ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଚାଲିଛି। ଉଭୟ ଦେଶ ଏହି କ୍ଷେତ୍ରରେ ଏକ ଚୁକ୍ତିନାମାରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଭାରତ ଏହାର ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାକୁ ଚାହୁଁଛି। ଏହା ସହିତ, 'ନନ୍ ଭେଜ୍ କ୍ଷୀର' ନେଇ ନିଜର ସାଂସ୍କୃତିକ ଭାବନାକୁ ଗୁରୁତ୍ବାରୋପ କରୁଛି।  ଆମେରିକା ଚାହୁଁଛି ଯେ, ଭାରତ ନିଜର ଦୁଗ୍ଧ ବଜାର ଖୋଲି ଦେଉ।  କିନ୍ତୁ ଭାରତ ନିଶ୍ଚିତ କରିବାକୁ ଚାହୁଁଛି ଯେ, ଆମଦାନୀ ହୋଇଥିବା କ୍ଷୀର ଗାଈଙ୍କଠାରୁ ଆସିବ ଯାହାକୁ ମାଂସ କିମ୍ବା ରକ୍ତ ଭଳି ପଶୁ-ଭିତ୍ତିକ ଉତ୍ପାଦ ଖୁଆଇ ଦିଆଯାଇ ନଥିବ।  ଏହା ଭାରତ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ।  ଭାରତ ନିଜର ଗ୍ରାହକମାନଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି।

ତଥାପି, ଭାରତ ନିଜ ଦାବିରେ  ଅଟଳ ରହିଛି।  ଭାରତ ନିଜର ଛୋଟ ଦୁଗ୍ଧ ଚାଷୀଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମାରେ ସମସ୍ୟା ରହିଛି। ଉଭୟ ଦେଶ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ  ୫୦୦ବିଲିୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି।  ଏନେଇ ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଜିଟିଆରଆଇ)ର ଅଜୟ ଶ୍ରୀବାସ୍ତବ କହିଛନ୍ତି, କଳ୍ପନା କରନ୍ତୁ ଆପଣ ଏକ ଗାଈର କ୍ଷୀରରୁ ତିଆରି ବଟର ଖାଉଛନ୍ତି ଯାହାକୁ ଅନ୍ୟ ଏକ ଗାଈର ମାଂସ ଏବଂ ରକ୍ତ ଖୁଆଇ ଦିଆଯାଇଥିଲା। ଭାରତ ବୋଧହୁଏ ଏହାକୁ କେବେ ବି ଅନୁମତି ଦେବ ନାହିଁ।  ଭାରତରେ ଦୁଗ୍ଧଜାତ ଦ୍ରବ୍ୟ କେବଳ ଖାଦ୍ୟ ପାଇଁ ନୁହେଁ ବରଂ ଧାର୍ମିକ ରୀତିନୀତିରେ ମଧ୍ୟ ବ୍ୟବହୃତ ହୋଇଥାଏ।

ଭାରତରେ ବହୁ ସଂଖ୍ୟକ ନିରାମିଷଭୋଜୀ ଅଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, ପଶୁ-ଆଧାରିତ ଉତ୍ପାଦ ଖାଉଥିବା ଗାଈଠାରୁ ପ୍ରାପ୍ତ କ୍ଷୀର ଗ୍ରହଣ କରିବା ଧାର୍ମିକ ବିଶ୍ୱାସର ବିରୁଦ୍ଧ।  

ଅଧିକ ପଢ଼ନ୍ତୁ: ଯୁବତୀଙ୍କୁ ଅପହରଣ ଉଦ୍ୟମ ବିଫଳ; ମାଡ଼ିବସିଲେ ଗ୍ରାମବାସୀ

India | USA | non-veg-milk