ନୂଆଦିଲ୍ଲୀ : ଚୀନ୍ ସୀମା ନିକଟବର୍ତ୍ତୀ ଉତ୍ତରାଖଣ୍ଡର ଔଲିଠାରେ ଭାରତ ଓ ଆମେରିକା ସେନାର ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହା ହେଉଛି ଦୁଇ ଦେଶ ମଧ୍ୟରେ ମିଳିତ ଯୁଦ୍ଧାଭ୍ୟାସ ଓ ତାଲିମ କାର୍ଯ୍ୟକ୍ରମର ୧୮ଶ ସଂସ୍କରଣ।
/sambad/media/post_attachments/wp-content/uploads/2022/11/b2-1.jpg)
ପାହାଡ଼ିଆ ଅଞ୍ଚଳରେ ବିନା ଅସ୍ତ୍ରରେ କିଭିଳି ଯୁଦ୍ଧ କରିହେବ ସେ ନେଇ ସୈନ୍ୟମାନେ ତାଲିମ ଗ୍ରହଣ କରିଥିଲେ। ସୈନ୍ୟମାନେ ମଧ୍ୟ ଶତ୍ରୁର ଡ୍ରୋନ୍କୁ ଶିକାର କରିବା ପାଇଁ ତାଲିମପ୍ରାପ୍ତ ପକ୍ଷୀ (ଚିଲ) ବ୍ୟବହାର କରିଥିଲେ। ଏପରି ଭାବେ ପକ୍ଷୀଙ୍କୁ ବ୍ୟବହାର କରିବା ହେଉଛି ପ୍ରଥମ। ଯୁଦ୍ଧାଭ୍ୟାସ ସମୟର ବିଭିନ୍ନ ଫଟୋ ଓ ଭିଡ଼ିଓ ଗଣମାଧ୍ୟମରେ ସେୟାର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/b1-1.jpg)
