ଭାରତ ଆମେରିକା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗୀରେ ପରିଣତ ହୋଇଛି : ଆମେରିକା ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଏହାକୁ ଦୃଷ୍ଟିରେ ରଖି ସମଭାବାପନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ ଜରୁରୀ ହୋଇପଡ଼ିଛି  ବୋଲି ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ କହିଛନ୍ତି ।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାପରେ ଅନୁଷ୍ଠିତ ଭାରତ-ଆମେରିକା ମିଳିତ ବିବୃତି ପ୍ରଦାନ ଅବସରରେ ଅଷ୍ଟିନ କହିଛନ୍ତି ଯେ ପରିବର୍ତ୍ତିତ ବିଶ୍ବ ପରିସ୍ଥିତିରେ ଭାରତ ଆମେରିକା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗୀରେ ପରିଣତ ହୋଇଛି ।

image credit : @SecDef/Twitter

ଆଜି ସକାଳେ ଅଷ୍ଟିନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ତାପରେ ସେ ଭାରତର ଯୁଦ୍ଧ ସ୍ମାରକୀ ଯାଇ ସହିତ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ସେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ ।

ଗତକାଲି ଭାରତରେ ପହଞ୍ଚିବା ପରେ ସେ ଟ୍ବିଟ କରି ଲେଖିଥିଲେ ଯେ ଭାରତରେ ପହଞ୍ଚି ସେ ରୋମାଞ୍ଚିତ । ଦୁଇ ଦେଶମଧ୍ୟରେ ବଢିଚାଲିଥିବା ସହଯୋଗିତା ଆମ ପ୍ରତିରକ୍ଷା ଭାଗିଦାରିତାର ଗୁରୁତ୍ବକୁ ଦର୍ଶାଉଛି । ଇଣ୍ଡୋ ପାସିଫିକ ଅଂଚଳ ସମ୍ମୁଖୀନ ହେଉଥିବା ବିପଦକୁ ଦୂର କରିବାକୁ ଦୁଇଦେଶ କାମ କରିବେ ।

ସମ୍ବନ୍ଧିତ ଖବର