ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ଆମେରିକାଠୁ ୩୨ହଜାର କୋଟି ମୂଲ୍ୟର ପ୍ରିଡେଟର ଡ୍ରୋନ କିଣିବ ଭାରତ । ମୋଟ ୩୧ଟି ଡ୍ରୋନ କିଣିବାକୁ ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ଏଥିସହ ଡ୍ରୋନର ରକ୍ଷାଣବେକ୍ଷଣ, ମରାମତି ମଧ୍ୟ ଏହି ଡିଲରେ ସାମିଲ ଅଛି ।
ଭାରତୀୟ ନୌସେନାକୁ ୧୫ଟି ଡ୍ରୋନ, ୮ଟି ସ୍ଥଳସେନାକୁ ଓ ୯ଟି ବାୟୁସେନାକୁ ମିଳିବ । ସୂଚନା ଅନୁସାରେ ଏହା ମଧ୍ୟରୁ ୪ଟି ଡ୍ରୋନ ଭାରତର ଚାରୋଟି ସୀମାବର୍ତ୍ତୀ ଅଂଚଳରେ ମୁତୟନ କରାଯିବ । ଆଇଏନଏସ ରାଜାଲୀ, ପୋରବନ୍ଦର, ସରସାବ ଓ ଗୋରଖପୁରରେ ମୁତୟନ କରାଯିବ ।
ଏହି ଚୁକ୍ତି ଦ୍ୱାରା ଭାରତ ଓ ଆମେରିକା ପ୍ରତିରକ୍ଷା ସମ୍ପର୍କ ମଜଭୁତ ହେବା ସହ ଭାରତର ସେନାର ଶକ୍ତି ବେଶ ବଢ଼ିବ ବୋଲି ଆଶା ରହିଛି । ଅତ୍ୟାଧୁନିକ ଡ୍ରୋନ ସହ ଶତ୍ରୁଙ୍କୁ ଜବାବ ଦେବାକୁ ଅଧିକ ସଶକ୍ତ ହେବ ଭାରତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/16/uYckTl5ZQaYcS5zIvZuK.jpg)