ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ-ଆମେରିକା ମିଳିମିଶି କାମକରିବେ

ଭୁବନେଶ୍ବର : ଭାରତ ଓ ଆମେରିକା ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଭାରତର ବାୟୋ ଟେକ୍ନୋଲୋଜି ବିଭାଗ (ଡିବିଟି) ଓ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର), ଆମେରିକାରର ଆନ୍ତର୍ଜାତିକ ପେଡସ୍ ଭ୍ୟାକ୍ସିନ ଇନିସିଏଟିଭ (ଆଇଏଭିଆଇ) ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ବୁଝାମଣାପତ୍ରର ସର୍ତ୍ତ ଅନୁସାରେ ଉଭୟପକ୍ଷ ମିଳିତ ଉଦ୍ୟମରେ ନୂଆ, ଉନ୍ନତ ଓ ଅଭିନବ ବାୟୋ ମେଡିକାଲ ଟୁଲ୍ସ ଓ ଟେକ୍‌ନୋଲୋଜି ବିକଶିତ କରିବା ଦିଗରେ କାମ କରିବେ ଏବଂ ଏଚଆଇଭି, ଟିବି, କୋଭିଡ-୧୯ ସମେତ ଅନ୍ୟାନ୍ୟ ନୂଆ ନୂଆ ସଂକ୍ରାମକ ରୋଗର ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ଉଦ୍ୟମ କରିବେ। ଏହି ବୁଝାମଣାପତ୍ର ମଧ୍ୟ ଆନ୍ତର୍ଜାତିକ ବୈଜ୍ଞାନିକ ତଥା ଟେକ୍‌ନୋଲୋଜି ସହଯୋଗ ବ୍ୟବସ୍ଥା ମଧ୍ୟରେ ଭାରତ-ଆମେରିକା ପାରସ୍ପରିକ ସ୍ୱାର୍ଥରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ।

ସମ୍ବନ୍ଧିତ ଖବର