ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଚାମ୍ପିୟନ୍ସ ଟ୍ରଫିର ଏକ ଲିଗ ମ୍ୟାଚରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ନିଜର ସ୍ଥିତିକୁ ସୁଧାରି ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା ଓ ଭାରତ ଆଗରେ ୨୨୯ ରନର ଲକ୍ଷ୍ୟ ରଖିଛି । 

Advertisment

ତେବେ ତାଓ୍ବହିଦ ହ୍ରିଦୟ ଓ ଜାକର ଅଲ୍ଲି ଲଢୁଆ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ । ହ୍ରିଦୟ ଏକ ଲଢୁଆ ଶତକ ଅର୍ଜନ କରିଥିବାବେଳେ ଜାକର ୬୮ ରନ କରିଥିଲେ । ତେବେ ଦଳ ୨୨୮ ରନ କରି ଅଲଆଉଟ ହୋଇଯାଇଥିଲା ।

ଏହି ମ୍ୟାଚରେ ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ମାତ୍ର ୩୫ରନରେ ୫ଟି ଓ୍ବିକେଟ ହରାଇଥିଲା । ଏହି ମ୍ୟାଚରେ ବାଂଲାଦେଶ ପକ୍ଷରୁ ଟାଞ୍ଜିଦ ହୁସେନ ଓ ସୌମ୍ୟ ସରକାର ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ସରକାର ଖାତା ଖୋଲିବା ପୂର୍ବରୁ ମହମ୍ମଦ ସମ୍ମିଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ନଜମଲ ହୁସେନ ସାଣ୍ଟୋ ମଧ୍ୟ ଖାତା ଖୋଲିବା ପୂର୍ବରୁ ହର୍ଷିତ ରାଣାଙ୍କ ବଲରେ ବିରାଟ କୋହଲିଙ୍କ ହାତରେ ଧରା ପଡ଼ି ଆଉଟ ହୋଇଥିଲେ । ସେହିପରି ମେହେଦି ହାସାନ ମିରାଜ ମାତ୍ର ୫ ରନ କରି ସମ୍ମିଙ୍କ ବଲରେ ଶୁଭମନ ଗିଲଙ୍କ ହାତରେ ଧରା ପଡ଼ିଥିଲେ । ତେବେ ତାଞ୍ଜିଦ ୨୫ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ ।

ତେବେ 

ତାଓ୍ବହିଦ  ହ୍ରିଦୟ ଓ ଜାକର ଅଲ୍ଲି ଲଢୁଆ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ । ହ୍ରିଦୟ ଏକ ଲଢୁଆ ଶତକ ଅର୍ଜନ କରିଥିବାବେଳେ ଜାକର ୬୮ ରନ କରିଥିଲେ । ତେବେ ଦଳ ୨୨୮ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସମ୍ମି ୫ଟି ଓ୍ବିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି ଓ୍ବିକେଟ ନେଇଥିଲେ ।