ନୂଆଦିଳ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ବେଙ୍ଗାଲୁୁରୁରେ ଖେଳାଯାଉଛି। ଆଜି ମୁକାବିଲାର ୪ର୍ଥ ଦିନ। ଭାରତୀୟ ଟିମ୍‌ ଦ୍ବିତୀୟ ପାଳିବେ ବ୍ୟାଟିଂ କରୁଛି। ଏବେ ଋଷଭ ପନ୍ଥ ଓ ସର୍‌ଫରାଜ୍‌ ଖାନ୍‌ ବ୍ୟାଟିଂ କରୁଥିବା ବେଳେ ଭାରତୀୟ ଟିମ୍‌‌ର ରନ୍‌ ସ୍କୋର୍‌ ୩୦୦ ପାର୍‌ ହୋଇସାରିଛି। ଏବେ ପର୍ଯ୍ୟନ୍ତ ଟିମ୍‌ ୩ଟି ୱିକଟେ୍‌ ହରାଇଛି। ଏହି ଅବସରରେ ସର୍‌ଫରାଜ୍‌ ଖାନ୍‌ ନିଜର ପ୍ରଥମ ଶତକ କରିଛନ୍ତି। 

Advertisment

ନ୍ୟୁଜିଲାଣ୍ଡ୍‌ ଟିମ୍‌ ଏପର୍ଯ୍ୟନ୍ତ ଭାରତୀୟ ମାଟିରେ କେଉଁ ବି ଦ୍ବିପକ୍ଷୀୟ ଟେଷ୍ଟ୍‌ ସିରିଜ୍‌ ଜିତିପାରିନାହିଁ। ଏଥର ଦୁଇ ଟିମ୍‌ ମଧ୍ୟରେ ସମୁଦାୟ ୧୩ଟି ମ୍ୟାଚ୍‌ କେଳାଯିବ। 

ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ୩୫୬ ରନ୍ ପଛୁଆ ରହିଥିଲା। ତଥାପି ରୋହିତ ଶର୍ମାଙ୍କ ଦଳ ଦ୍ବିତୀୟ ପାଳିରେ ଭଲ ଲଢ଼ିଛି। 

ପ୍ରଥମ ଦିନ ଖେଳକୁ ବର୍ଷା ଧୋଇନେବା ପରେ ଗୁରୁବାର ଦ୍ବିତୀୟ ଦିବସରେ ବର୍ଷାସିକ୍ତ ପାଳିରେ ଘରୋଇ ଦଳ ମାତ୍ର ୪୬ ରନ୍ କରିଥିଲା। ଶୁକ୍ରବାର ନ୍ୟୁଜିଲାଣ୍ଡ୍‌ ଏହାର ଅସମାପ୍ତ ପାଳିକୁ ୧୮୦/୩ରୁ ଖେଳିବା ପରେ ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ୱିକେଟ୍‌ ବାହାର କରି ଭ୍ରମଣକାରୀ ଦଳକୁ ଚାପରେ ରଖିଥିଲେ। କିନ୍ତୁ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ପୁଣି ଭାରତ ପାଇଁ କଣ୍ଟା ସାଜିଥିଲେ। ଟିମ୍ ସାଉଦି (୭୩ ବଲ୍‌ରୁ ୬୫ ରନ୍‌)ଙ୍କ ସହ ମିଶି ରାଚିନ ରବୀନ୍ଦ୍ର (୧୫୭ ବଲ୍‌ରୁ ୧୩୪ ରନ୍) ଅଷ୍ଟମ ୱିକେଟ୍ ଭାଗୀଦାରିରେ ୧୩୭ ରନ୍ ଯୋଡ଼ିବା ନିର୍ଣ୍ଣାୟକ ହୋଇଥିଲା। ରାଚିନଙ୍କୁ ଆଉଟ୍ କରି କୁଲଦୀପ ନ୍ୟୁଜିଲାଣ୍ଡ ପାଳିକୁ ୪୦୨ରେ ଶେଷ  କରିଥିଲେ। ଦୁଇ ବାମହାତୀ ସ୍ପିନର୍ କୁଲଦୀପ ୟାଦବ ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।