ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ର ଶେଷ ମୁକାବିଲା ଆଜି। ମୁମ୍ବାଇର ୱାନ୍ଖେଡେ ଷ୍ଟାଡିୟମ୍ରେ ଆଜି ମ୍ୟାଚ୍ ଆରମ୍ଭ ହୋଇଯାଇଛି। ନ୍ୟୁଜ୍ଲାଣ୍ଡ୍ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଦଳ ୬୦ ରନ୍ କରିବା ସହ ଗୋଟେଏ ୱିକେଟ୍ ହରାଇ ସାରିଲାଣି।
ଏହି ମ୍ୟାଚ୍ ଭାରତୀୟ ଟିମ୍ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହି ସିରିଜ୍ର ପ୍ରଥମ ମୁବାକିଲା ବେଙ୍ଗାଲୁରୁରେ ଖେଳା ଯାଇଥିଲା। ଯେଉଁଥିରେ ରୋହିତ ଶର୍ମାଙ୍କ ଅଧିନାୟିକତ୍ବାରେ ଖେଳୁଥିବା ଟିମ୍ ଇଣ୍ଡିଆକୁ ୮ଟି ୱିକେଟ୍ରେ ପରାଜୟ ମିଳିଛି।
ସେହିପରି ଦ୍ବିତୀୟ ମୁକାବିଲା ଥିଲା ପୁଣେରେ। ସେଠାରେ ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ୧୧୩ ରନ୍ରେ ବିଜୟ ହାସଲ କରିଥିଲା। ଏହାପୂର୍ବରୁ ନ୍ୟୁଜିଲାଣ୍ଡ୍ ଯେଉଁ ୩ଟି ମ୍ୟାଚ୍ ଖେଳିଥିଲା ସେଥିରେ ଗୋଟାକରେ ଜିତିଥିବା ବେଳେ ୨ଟିରେ ପରାଜିତ ହୋଇଥିଲା।