ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍ ମ୍ୟାଚକୁ ନେଇ ଟୁଇଟ୍ କରି ସମାଲୋଚନାର ଶରବ୍ୟ ହେଲେ ମେହବୁବା ମୁଫତି

ଶ୍ରୀନଗର:  ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଗତକାଲିର ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନର ଶୋଚନୀୟ ପରାଜୟ ହୋଇଛି । ଦୁଇଦଳ କଥା କହିବାକୁ ଗଲେ ଭାରତ କେବେ ବି ଏହି ଟୁର୍ଣ୍ଣାମେଣ୍ଟ୍ ରେ ପାକିସ୍ତାନଠାରୁ ହାରିନାହିଁ । ୧୯୯୨ ରୁ ୨୦୧୫ ବିଶ୍ୱକପ୍ ମଧ୍ୟରେ ୬ ଥର ଏହି ଦୁଇ ଟିମ୍ ସାମ୍ନାସାମ୍ନି ହୋଇଛି । କିନ୍ତୁ ପାକିସ୍ତାନ କେବେ ବି ଏଥିରେ ବିଜୟ ହାସଲ କରିପାରିନାହିଁ ।

ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍ ମ୍ୟାଚକୁ ନେଇ ଟୁଇଟ୍ କରିଥିଲେ । ମେହବୁବା ମୁଫତି ଟୁଇଟ୍ କରି କହିଥିଲେ , ଆଜିର ମ୍ୟାଚରେ ସର୍ବଶ୍ରେଷ୍ଠ ଟିମର ବିଜୟ ହୋଇପାରେ । ସମସ୍ତଙ୍କୁ ନିଜ ମନପସନ୍ଦର ଟିମ୍ କୁ ଉତ୍ସାହିତ କରିବାର ଅଧିକାର ରହିଛି ।ଏପଟେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଟ୍ୱିଟରରେ ମଧ୍ୟ ଟପ୍ ଟ୍ରେଣ୍ଡରେ ସ୍ଥାନ ପାଇଲା । ତାଙ୍କର ଏହି ଟୁଇଟକୁ ବହୁ ୟୁଜର୍ ପସନ୍ଦ କରି ନ ଥିଲେ। ଏହାକୁ ନେଇ ମେହବୁବା ମୁଫତି ସମାଲୋଚନାର ଶରବ୍ୟ ହୋଇଥିଲେ।

ଟୁଇଟରରେ ମ୍ୟାଚକୁ ନେଇ ଲୋକମାନେ ଅନେକ ମିମ୍ କରୁଥିବା ମଧ୍ୟ ଦେଖାଯାଇଥିଲା । ମ୍ୟାଚରେ ରୋହିତଙ୍କ ଶତକ ସମ୍ପୁର୍ଣ୍ଣ ହେଉ କିମ୍ବା ଆଉଟ୍ ହେଉ ଏମିତିକି ବର୍ଷା ଆରମ୍ଭ ପରେ ଆଇସିସିକୁ ମଧ୍ୟ ଲୋକମାନେ ଛାଡିଲେ ନାହିଁ । ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ମଧ୍ୟ ଟ୍ୱିଟ୍ କରି ନିଜ ଟିମ୍ କୁ ଉତ୍ସାହିତ କରିଥିଲେ ଏବଂ ଅଧିନାୟକ ସରଫରାଜ୍ ଙ୍କୁ କିଛି ଟିପ୍ସ ଦେଇଥିଲେ । ଇମରାନ୍ ଖାନ୍ ଏକାଧିକ ଟୁଇଟ୍ କରି ନିଜ ଟିମକୁ ଉତ୍ସାହିତ କରିଥିଲେ ।

ସମ୍ବନ୍ଧିତ ଖବର