ଆମେରିକୀୟ ସଂସ୍ଥାକୁ ଭାରତର କଡ଼ା ଚେତାବନୀ, କରୋନା ଆଧାରରେ ସାମ୍ପ୍ରଦାୟିକ ଯୁଦ୍ଧ ବନ୍ଦ କର

ନୂଆଦିଲ୍ଲୀ: ସମ୍ପ୍ରତି ସାରା ବିଶ୍ବରେ ମହାମାରୀ କୋଭିଡ୍–୧୯ ପାଇଁ ହାହାକାର ପଡି଼ଯାଇଥିବା ବେଳେ ଏକ ଆମେରିକୀୟ ସଂସ୍ଥାର ନକାରାତ୍ମକ ତଥ୍ୟ ପରିବେଷଣକୁ ଭାରତ କଠୋର ସମାଲୋଚନା କରିବା ସହ କଡ଼ା ଚେତାବନୀ ମଧ୍ୟ ଶୁଣାଇଛିା ଆମେରିକାର କମିସନ୍ ଅନ୍ ଇଣ୍ଟରନ୍ୟାସନାଲ୍ ରିଲିଜିଅସ୍‌ ଫ୍ରିଡମ୍(ୟୁଏସ୍‌ସିଆଇଆର୍ଏଫ୍) ପକ୍ଷରୁ ଭାରତ ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାର କରାଯାଇଥିବା ଏକ ଭୁଲ୍ ରିପୋର୍ଟକୁ ଭାରତ ତୀବ୍ର ବିରୋଧ କରିବା ସହ ଏହା ଦ୍ବାରା ଆମେରିକା ଭାରତ ଭଳି ଶାନ୍ତିପ୍ରିୟ ଦେଶରେ ଅଯଥାରେ ସାମ୍ପ୍ରଦାୟିକ ବିଦ୍ବେଷ ଭାବ ସୃଷ୍ଟି କରିବାର ଅପଚେଷ୍ଟା କରୁଛି ବୋଲି କହିଛିା

ଗୁଜରାଟରେ କରୋନାରେ ପୀଡି଼ତ ହିନ୍ଦୁ ଓ ମୁସଲମାନ ରୋଗୀମାନଙ୍କୁ ଡାକ୍ତରଖାନାର ପୃଥକ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଛି ବୋଲି ୟୁଏସ୍‌ସିଆଇଆର୍ଏଫ୍ ପକ୍ଷରୁ ସଦ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛିା ଏହାଦ୍ବାରା ଭାରତରେ ଧାର୍ମିକ ପକ୍ଷପାତିତାକୁ ପ୍ରଶ୍ରୟ ଦିଆଯାଉଥିବା କଥା ଏହି ସଂସ୍ଥା ପରୋକ୍ଷରେ ପ୍ରଚାର କରିବାକୁ ଚାହୁଛିା ପୂର୍ବରୁ ମଧ୍ୟ ଉକ୍ତ ସଂସ୍ଥା ପକ୍ଷରୁ ଭାରତରେ ଧାର୍ମିକ ସ୍ବାଧୀନତା ହନନ ହେଉଛି ବୋଲି ଭିନ୍ନ ଏକ ରିିପୋର୍ଟରେ କୁହାଯାଇଥିଲାା ତେବେ ଭାରତୀୟ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ୟୁଏସ୍‌ସିଆଇଆର୍ଏଫ୍ର ଏଭଳି ରିପୋର୍ଟକୁ ଖଣ୍ତନ କରିବା ସହ ଭାରତର ଜାତୀୟ ଲକ୍ଷ୍ୟକୁ ଅଯଥାରେ ସାମ୍ପ୍ରଦାୟିକ ରଙ୍ଗ ଦେବାରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତିା ଦେଶବାସୀ ଏବେ ଏକାଗ୍ର ଚିତ୍ତରେ କରୋନା ବିରୋଧୀ ଯୁଦ୍ଧରେ ମଗ୍ନ ଥିବା ବେଳେ ଉକ୍ତ ଆମେରିକୀୟ ସଂସ୍ଥା ଏଠାରେ ସାମ୍ପ୍ରଦାୟିକ ଯୁଦ୍ଧ ଚଳାଇବା ପାଇଁ ଅପଚେଷ୍ଟା କରୁଛି ବୋଲି ଅନୁରାଗ କହିଛନ୍ତିା

ସମ୍ବନ୍ଧିତ ଖବର