ତୁର୍କୀକୁ ଭାରତର ଚେତାବନୀ, ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୂରାଅ ନାହିଁ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦରେ ଗତକାଲି ତୁର୍କୀ ରାଷ୍ଟ୍ରପତି ରେସିପ୍‌ ତୟପ ଏର୍ଦୋଗାନ ଭାରତ ବିରୋଧୀ ଭାଷଣ ଦେଇ କାଶ୍ମୀର ମାମଲାରେ ପାକିସ୍ତାନକୁ ସମର୍ଥନ କରିଥିବାରୁ ଭାରତ ଏଥିରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ତୁର୍କୀକୁ ଚେତାବନୀ ଦେଇ ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୂରାଇବାରୁ ତୁର୍କୀ ଦୂରେଇ ରହିବା ଉଚିତ। ତୁର୍କୀ ପାକିସ୍ତାନର ଆତଙ୍କବାଦ ଉପରେ ଅଧିକ ଧ୍ୟାନ ଦେବା ଉଚିତ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ୍‌ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର