ନୂଆଦିଲ୍ଲୀ : ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତିକୁ ଭାରତ ସ୍ବାଗତ କରିଛି। ଏକ ପ୍ରେସ୍‌ ବିବୃତି ଜାରି କରି ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଛି ‌ଯେ ପଶ୍ଚିମ ଏସିଆରେ ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତା ନେଇ ଆମେ ଗଭୀର ଚିନ୍ତା ପ୍ରକଟ କରିଛୁ ଏବଂ  ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ଆମେରିକା-କତର ଯେଉଁ ଭୂମିକା ନିର୍ବାହ କରିଛନ୍ତି ତାହାକୁ ସ୍ବାଗତ କରୁଛୁ।  ଏମ୍‌ଇଏ  କହିଛି ଯେ ଆମେ ପୁଣିଥରେ ଏହା ଦୋହରାଇବାକୁ ଚାହୁଛୁ ଯେ ବିବାଦର ସମାଧାନ ପାଇଁ କଥାବାର୍ତ୍ତା‌ ଓ କୂଟନୈତିକ ପନ୍ଥାର କୌଣସି ବିକଳ୍ପ ନାହିଁ।  ଏଭଳି ଉଦ୍ୟମ‌ରେ ଭାରତ ଏହାର ଭୂମିକା ନିର୍ବାହ କରିବା ପାଇଁ ପ୍ରସ୍ତୁତ ଅଛି ଏବଂ ଆଶା କରୁଛୁ ଯେ ସମସ୍ତ ପକ୍ଷ ଶାନ୍ତି ଓ ସ୍ଥିରତା ଜାରି ରଖିା‌ ଦିଗରେ କାର୍ଯ୍ୟ କରିବେ।  ଉଲ୍ଲେଖଯୋଗ୍ୟ, ଆମେରିକା ଓବଂ କତର ମଧ୍ୟସ୍ଥତାରେ ଆଜି ଇରାନ ଓ ଇସ୍ରାଏଲ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି।