ଚୀନ୍କୁ ପ୍ରତିହତ ପାଇଁ ବ୍ରହ୍ମପୁତ୍ର ନଦୀରେ ଭାରତ ବି ନିର୍ମାଣ କରିବ ଡ୍ୟାମ୍
ନୂଆଦିଲ୍ଲୀ: ବ୍ରହ୍ମପୁତ୍ର ନଦୀରେ ଚୀନ୍ ଡ୍ୟାମ୍ ନିର୍ମାଣ କରିବା ନେଇ ସୂଚନା ମିଳିବା ପରେ ଭାରତ ବି ବ୍ରହ୍ମପୁତ୍ରରେ ଡ୍ୟାମ୍ ନିର୍ମାଣ କରିବାପାଇଁ ବିଚାରବିମର୍ଶ ଆରମ୍ଭ କରିଦେଇଛି। ଅରୁଣାଚଳ ପ୍ରଦେଶରେ ଏକ ୧୦ ଗିଗାୱାଟ୍ କ୍ଷମତା ବିଶିଷ୍ଟ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଭାରତ ଯୋଜନା କରିଛି। ଚୀନ୍ରେ ୟାରଲୁଙ୍ଗ୍ ସାଙ୍ଗ୍ବୋ ଭାବେ ଜଣାଶୁଣା ଏହି ନଦୀ ତିବ୍ଦତରୁ ଅରୁଣାଚଳ ପ୍ରଦେଶକୁ ବହିଛି । ତେବେ ବ୍ରହ୍ମପୁତ୍ରରେ ଚୀନ୍ ପ୍ରକଳ୍ପ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି କରିପାରେ କିମ୍ବା ଜଳ ସଙ୍କଟ ମଧ୍ୟ ସୃଷ୍ଟି କରିପାରେ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେଣୁ ଏହି କାରଣ ପାଇଁ ଭାରତୀୟ ଅଧିକାରୀମାନେ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ଚୀନ୍ ଡ୍ୟାମ୍ ପ୍ରକଳ୍ପର କୌଣସି ପାର୍ଶ୍ବ ପ୍ରଭାବକୁ ପ୍ରତିହତ କରିବା ପାଇଁ ଭାରତ ଅରୁଣାଚଳ ପ୍ରଦେଶରେ ଏକ ବିଶାଳ ଡ୍ୟାମ୍ ନିର୍ମାଣ କରିବାକୁ ଯୋଜନା କରିଛି ବୋଲି ଜଳ ସଂପଦ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଟି ଏସ୍ ମେହରା ସୂଚନା ଦେଇଛନ୍ତି। କିଛି ବିଶ୍ଳେଷକ ମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଚୀନ୍ ପ୍ରକଳ୍ପ ଭାରତରେ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି କରିପାରେ। ତେଣୁ ଭାରତ ଏଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରିବ। ଉଲ୍ଲେଖଯୋଗ୍ୟ ଗତକାଲି ଚୀନ୍ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍ ଟାଇମ୍ସରେ ପ୍ରକାଶିତ ଏକ ଖବରରେ କୁହାଯାଇଥିଲା ଯେ, ଚୀନ୍ ବ୍ରହ୍ମପୁତ୍ରରେ ୬୦ ଗିଗାୱାଟ୍ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବ।