ନୂଆଦିଲ୍ଲୀ : ଭାରତ ଅର୍ଥନୀତି ଆସନ୍ତା ୨୦୩୦ ମସିହାରେ ଜାପାନ ଅର୍ଥନୀତିକୁ ଟପିଯିବ। ଫଳରେ ଭାରତ ଅର୍ଥନୀତି ଏସିଆର ଦ୍ବିତୀୟ ବୃହତ୍ ଏବଂ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ। ଲଣ୍ଡନଭିତ୍ତିକ ଆଇଏଚ୍ଏସ୍ ମାର୍କିଟ ନାମକ ସଂସ୍ଥା ପକ୍ଷରୁ ଶୁକ୍ରବାର ଏକ ରିପୋର୍ଟରେ ଏହା କୁହାଯାଇଛି।
ବର୍ତ୍ତମାନ ଭାରତ ବିଶ୍ବର ଷଷ୍ଠ ବୃହତ୍ ଅର୍ଥନୀତି ରହିଛି। ଭାରତ ଉପରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଜାପାନ, ଜର୍ମାନୀ ଏବଂ ବ୍ରିଟେନ ରହିଛନ୍ତି। ୨୦୩୦ ସୁଦ୍ଧା ଭାରତ ୟୁରୋପର ବଡ଼ ଅର୍ଥନୀତି ଜର୍ମାନୀ, ଫ୍ରାନ୍ସ ଏବଂ ବ୍ରିଟେନକୁ ମଧ୍ୟ ଟପିବ। ମୁଦ୍ରାସ୍ଫୀତିକୁ ବିଚାରକୁ ନନେଲେ ଭାରତର ଜିଡିପି (ମୋଟ ଘରୋଇ ଉତ୍ପାଦ) ଏବେ ୨.୭ ଲକ୍ଷ କୋଟି ଡଲାର ରହିଛି। ୨୦୩୦ ମସିହା ବେଳକୁ ଏହା ୮.୪ ଲକ୍ଷ କୋଟି ଡଲାର ଛୁଇଁବ। ଭାରତର ବୃହତ୍ ଏବଂ ବର୍ଦ୍ଧିତ ମଧ୍ୟମ ଆୟବର୍ଗର ଲୋକ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ସହାୟକ ହେବେ। ଏଥିଯୋଗୁ ଭାରତର ମୋଟ ବ୍ୟୟ ବର୍ତ୍ତମାନର ୧.୫ ଲକ୍ଷ କୋଟି ଡଲାରରୁ ୨୦୩୦ ମସିହା ବେଳକୁ ଦୁଇଗୁଣା ବୃଦ୍ଧି ପାଇ ୩ ଲକ୍ଷ କୋଟି ଡଲାରରେ ପହଞ୍ଚିବ। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୮.୨ ପ୍ରତିଶତ ୨୦୨୨-୨୩ରେ ୬.୭ ପ୍ରତିଶତ ରହିବ ବୋଲି ଆଇଏଚଏସ୍ ମାର୍କିଟ ଆକଳନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/eco.jpg)