ନୂଆଦିଲ୍ଲୀ: ସୀମାକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ସୀମାରେ ଉଭୟ ଦେଶ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏଭଳି ସ୍ଥିତିରେ ଭାରତ ଲଦାଖ ସୀମାରେ ଭାରତୀୟ ସେନାକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆମେରିକାଠାରୁ ଅଧିକ ୬ଟି ପୋଜାଇଡନ୍ ସାମରିକ ଗୁଇନ୍ଦା ବିମାନ କିଣିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦୂରଗାମୀ ପୋଜାଇଡନ୍-୮୧ ଯୁଦ୍ଧ ବିମାନ ୨୪ ଘଣ୍ଟା ଆକାଶରେ ଉଡ଼ି ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାରେ ସହାୟକ ହୋଇପାରିବ। ତେବେ ଭାରତ ବର୍ତ୍ତମାନ ନାଭାଲ ପି-୮୧ ଗୁଇନ୍ଦା ବିମାନର ବ୍ୟବହାର କରିଆସୁଛି। ଲଦାଖ ଏବଂ ଭାରତ ମହାସାଗରରେ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ଦୃଢ କରିବା ଉଦ୍ଦେଶ୍ୟରେ ଭାରତ ଆମେରିକାଠାରୁ ଅଧିକ ୬ଟି ପୋଜାଇଡନ-୮୧ ଗୁଇନ୍ଦା ବିମାନ କ୍ରୟ କରିବାକୁ ନିଷ୍ପତ୍ତି ନେଇଛି। ୨୧ ଶହ କୋଟି ଆମେରିକୀୟ ଡଲାର ବିନିମୟରେ ଏହି ପି-୮୧ ବୋଇଂ ବିମାନ କିଣାଯିବ। ଏ ନେଇ ଆମେରିକାକୁ ଅନୁରୋଧପତ୍ର ପଠାଯାଇଛି ବୋଲି ଜଣେ ସେନାଧିକାରୀ ସୂଚନା ଦେଇଛନ୍ତି। ଚୀନ ସହ ୩,୪୮୮ କିଲୋମିଟର ସୀମାରେ ବିବାଦ ପରିପ୍ରେକ୍ଷୀରେ ଭାରତକୁ ସୀମା ସୁରକ୍ଷା ନେଇ ଅନେକ ପଦକ୍ଷେପ ନେବାକୁ ପଡିବ ବୋଲି ସମ୍ପୃକ୍ତ ସେନାଧିକାରୀ କହିଛନ୍ତି।
ଆମେରିକାଠାରୁ ୬ ପୋଜାଇଡନ୍ ବିମାନ କିଣିବ ଭାରତ
/sambad/media/post_attachments/wp-content/uploads/2020/07/fsh7sf98h7s98sfhfhhfsfhshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)