ନୂଆଦିଲ୍ଲୀ: ଆଉ ୧୨ଟି ଚିତା ଫେବ୍ରୁଆରି ୧୮ ତାରିଖରେ ବିମାନ ଯୋଗେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗୁରୁବାର ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିବସରେ ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ନାମିବ୍ୟାରୁ ୫ଟି ମାଈ ଓ ୩ଟି ଅଣ୍ଡିରା ଚିତାଙ୍କୁ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆବଦ୍ଧ ପରିସରରେ ରଖାଯାଇଥିଲା। କୁନୋ ଜାତୀୟ ଉଦ୍ୟାନରେ ବର୍ତ୍ତମାନ ଉକ୍ତ ୮ଟି ଚିତା ପ୍ରତି ତିନି-ଚାରି ଦିନରେ ଥରେ ଗୋଟିଏ ପ୍ରାଣୀକୁ ଶିକାର କରି ଖାଉଛନ୍ତି ଓ ସେମାନଙ୍କର ସ୍ବାସ୍ଥ୍ୟ ଭଲ ଥିବା ଜଣାପଡ଼ିଛି। ଗୋଟିଏ ଚିତାର ରକ୍ତରେ କ୍ରିଏଟିନାଇନ୍ ସ୍ତର ଟିକେ ବଢ଼ିଯିବାରୁ ସେ ଅସୁସ୍ଥ ହୋଇଥିଲା ଓ ଚିକିତ୍ସା ପରେ ଭଲ ହୋଇଯାଇଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp