କରୋନାଭାଇରସ୍ ସଙ୍କଟ କାଳରେ ବୁଦ୍ଧଙ୍କ ବାଣୀ ଦ୍ବାରା ଭାରତ ସମଗ୍ର ବିଶ୍ବ ବିକାଶରେ ସହାୟକ ହେବ: ପ୍ରଧାନମନ୍ତ୍ରୀ ମୋଦୀ।

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ କାଳରେ ବୁଦ୍ଧଙ୍କ ବାଣୀ ଦ୍ବାରା ଭାରତ ସମଗ୍ର ବିଶ୍ବ ବିକାଶରେ ସହାୟକ ହେବ ବୋଲି ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ବୌଦ୍ଧ ପୂର୍ଣ୍ଣିମା ଉତ୍ସବରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସେ ଆହୁରି କହିଲେ ଯେ ଆପଣଙ୍କମାନଙ୍କ ଗହଣକୁ ଯିବା ଆନନ୍ଦର ବିଷୟ, କିନ୍ତୁ ସେଥିପାଇଁ ବର୍ତ୍ତମାନର ପରିସ୍ଥିତି ଅନୁକୂଳ ନୁହେଁ। ସେହି କାରଣରୁ ଦୂରରୁ ଥାଇ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ହେଉ ବରଂ ଆପଣମାନଙ୍କୁ କହିବାର ସୁଯୋଗ ପାଇ ମୁଁ ଆନନ୍ଦିତ।

ବୁଦ୍ଧଙ୍କ ବାଣୀ ସ୍ମରଣ କରି ସେ କହିଲେ ଯେ ଭଗବାନ ବୁଦ୍ଧ କହିଥିଲେ ମନ ହେଉଛି ପରମ ଏବଂ ଧମ୍ମର ମୂଳଦୁଆ। ମନହିଁ ସର୍ବାଗ୍ରେ ସବୁ ଆଡ଼କୁ ସଂଯୋଗ ହେବାକୁ ଢଳିପଡ଼େ। ମନ ସଂଯୁକ୍ତ ଥିବାରୁ ଆ‌ମେ ଶାରୀରିକ ଅନୁପସ୍ଥିତି ଅନୁଭବ କରି ପାରନ୍ତିନାହିଁ।

Image Source: Biography

କରୋନାଭାଇରସ୍ ଲକ୍‌ଡାଉନ୍ ସମୟରେ ଆମ ଆଖପାଖର ଅନେକ ଲୋକ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ, ଆଇନ ଶୃଙ୍ଖଳା ବଜାୟ ରଖିବା, ସଂକ୍ରମିତଙ୍କୁ ଆରୋଗ୍ୟ କରିବା ଏବଂ ପରିଚ୍ଛନ୍ନତା ବଜାୟ ରଖିବାକୁ ନିଜ ସୁଖକୁ ଜଳାଞ୍ଜଳି ଦେଇ ୨୪ ଘଣ୍ଟା ଖଟୁଛନ୍ତି। ସେ ସବୁ ବ୍ୟକ୍ତିବିଶେଷ ପ୍ରଶଂସା ଓ ମର୍ଯ୍ୟାଦାର ଯୋଗ୍ୟ।

ସମଗ୍ର ବିଶ୍ବ କରୋନାଭାଇରସ୍ ସଂକଟର ମୁକାବିଲା କରୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଆୟୋଜକମାନଙ୍କୁ ସେ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଲେ, ମୋର ଦୃଢ଼ ବିଶ୍ବାସ ଯେ ଏହି ଭଳି ମିଳିତ ଉଦ୍ୟମରେ ଆମେ ମାନବଜାତିକୁ ଏହି ସଙ୍କଟରୁ ଉଦ୍ଧାର କରି ପାରିବା।

ଆଜି ସମଗ୍ର ବିଶ୍ବରେ ବିପନ୍ନ ମାନିସିକତା ଛାଇ ଯାଇଛି। ଏହି ସମୟରେ ଭଗବାନ ବୁଦ୍ଧଙ୍କ ବାଣୀ ଅଧିକ ପ୍ରାସଙ୍ଗିକ ହୋଇ ପଡ଼ିଛି। ସେ କହିଲେ ଯେ ସଙ୍କଟଜନକ ପରିସ୍ଥିତିରୁ ମୁକ୍ତ ହେବାକୁ ଲୋକେ ନିରବଚ୍ଛିନ୍ନ ଭାବେ ଉଦ୍ୟମ ଚଳାଇବା ଆବଶ୍ୟକ। କ୍ଳାନ୍ତ ହୋଇ ଅଟକି ଯିବା ମୁକ୍ତିର ବିକଳ୍ପ ନୁହେଁ।

ଭଗବାନ ବୁଦ୍ଧ ପ୍ରଦାନ କରିଥିବା ଚାରି ସତ୍ୟ- ସମବେଦନା, କରୁଣା, ସୁଖଦୁଃଖରେ ସମଭାବାପନ୍ନ ରହିବା, ଯାହା ସର୍ବଦା ଆମକୁ ପ୍ରେରିତ କରୁଛି ତାହାକୁ ସେହିମତେ ଗ୍ରହଣ କରିବା। ଆଜି ମଧ୍ୟ ଆପଣମାନେ ଦେଖିପାରୁଥିବେ ଦେଶରେ ହେଉ କି, ବିଶ୍ବର ଅନ୍ୟ‌ କୌଣସି ସ୍ଥାନରେ ହେଉ ସଙ୍କଟରେ ପଡ଼ିଥିବା ବ୍ୟକ୍ତିଙ୍କ ସହ ଭାରତ ଭେଦଭାବ ନ ରଖି ନିଃସ୍ବାର୍ଥ ଭାବେ ଠିଆ ହେଉଛି।

 

ସମ୍ବନ୍ଧିତ ଖବର