ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମନ୍ତବ୍ୟ ଦେଇଛନ୍ତି,"ରୁଷିଆ ଏବଂ ଭାରତକୁ ସବୁଠାରୁ ଗଭୀର ଏବଂ ଅନ୍ଧକାରମୟ ଦୁନିଆ ଚୀନ୍ ପାଖରେ ହରାଇଛି"। ଟ୍ରମ୍ପ୍ଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ନେତା ମନୀଷ ତିୱାରୀ ଶନିବାର କହିଛନ୍ତି ଯେ, ପ୍ରସଙ୍ଗ ଶୁଳ୍କ ବିଷୟରେ ନୁହେଁ ବରଂ "ଆତ୍ମସମ୍ମାନ ଏବଂ ମର୍ଯ୍ୟାଦା" ବିଷୟରେ।
ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଭାରତର ଅତୀତର ସଂଘର୍ଷ ଏବଂ ବର୍ତ୍ତମାନର ପରିସ୍ଥିତି ମଧ୍ୟରେ ତୁଳନା କରି କଂଗ୍ରେସ ନେତା ଦୃଢ଼ତାର ସହିତ କହିଛନ୍ତି, ଭାରତ ବଳିଦାନ ଦେବ କିନ୍ତୁ କେବେ ବି 'ବଳ' ପ୍ରୟୋଗ ଆଗରେ ମୁଣ୍ଡ ନୁଆଁଇବ ନାହିଁ।
ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ମନୀଷ ତିୱାରୀ ଲେଖିଛନ୍ତି, ଡୋନାଲ୍ଡ ଟ୍ରମ୍ପ ଏବଂରିୟଲ ପି ନାଭାରୋଙ୍କ ପରି ଲୋକମାନେ ବୁଝିପାରୁ ନାହାନ୍ତି ଯେ, ଏହା ଶୁଳ୍କର ବିଷୟ ନୁହେଁ ବରଂ ଆତ୍ମସମ୍ମାନ, ମର୍ଯ୍ୟାଦାର ବିଷୟ। ଆମେ ସାମ୍ରାଜ୍ୟବାଦୀ ବ୍ରିଟିଶଙ୍କ ସହିତ ଲଢ଼ିଥିଲୁ ଏବଂ ସେମାନଙ୍କୁ ପରାସ୍ତ କରିଥିଲୁ। ଭାରତ ଗୋଟେ ରୁଟି କମ୍ ଖାଇବ କିନ୍ତୁ ବଳ ଆଗରେ କେବେ ମୁଣ୍ଡ ନୁଆଁଇବ ନାହିଁ।
What @realDonaldTrump and the likes of @RealPNavarro don’t quite get it is not about tariff’s it is about self respect, dignity and honour.
— Manish Tewari (@ManishTewari) September 6, 2025
We fought the Imperial British & vanquished them .
India will eat one Roti less but never succumb to strong arming .
Trump says India…
କଂଗ୍ରେସ ନେତାଙ୍କ ଏହି ମନ୍ତବ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ମନ୍ତବ୍ୟ ପୋଷ୍ଟ କରିବା ପରେ ଆସିଛି। ଯେଉଁଥିରେ ସେ କହିଥିଲେ ଯେ, ଆମେରିକା 'ରୁଷିଆ ଏବଂ ଭାରତକୁ ସବୁଠାରୁ ଗଭୀର ଏବଂ ଅନ୍ଧକାର ଚୀନ୍ ପାଖରେ ହରାଇ ଦେଇଛି।'
ଏସସିଓ ଶିଖର ସମ୍ମିଳନୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫଟୋ ସେୟାର କରି ଟ୍ରମ୍ପ୍ ପୋଷ୍ଟ କରିଛନ୍ତି, ଦେଖାଯାଉଛି ଯେ, ଆମେ ଭାରତ ଏବଂ ରୁଷିଆକୁ ସବୁଠାରୁ ଗଭୀର ଏବଂ ଅନ୍ଧକାର ଚୀନ୍ ପାଖରେ ହରାଇ ଦେଇଛୁ। ସେମାନଙ୍କର ଏକ ଦୀର୍ଘ ଏବଂ ସମୃଦ୍ଧ ଭବିଷ୍ୟତ ମିଳିତ ହେଉ! ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ ବୈଠକ ପାଇଁ ଭାରତ, ରୁଷିଆ ଏବଂ ଚୀନ୍ ଏକାଠି ହେବା ପରେ ତାଙ୍କର ଏହି ପ୍ରତିକ୍ରିୟା ଆସିଥିଲା।
congress | Manish Tewari