ନୂଆଦିଲ୍ଲୀ : ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେରିକାର ପୂର୍ଣ୍ଣ ସମର୍ଥନ ରହିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେରିକାର ଘନିଷ୍ଠ ସହଯୋଗୀ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁ ପ୍ରକାର ସହଯୋଗ କରିବି। ଜଳବାୟୁ, ଶକ୍ତି ଏବଂ ଖାଦ୍ୟ ସଙ୍କଟ ଭଳି ବିଭିନ୍ନ ଚ୍ୟାଲେଂଜ କ୍ଷେତ୍ରରେ ଆମେ ଏକାଠି କାମ କରିବୁ ବୋଲି ବାଇଡେନ୍ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଜି-୨୦ ଅଧ୍ୟକ୍ଷତା ସଂକ୍ରାନ୍ତରେ କରିଥିବା ଏକ ଟ୍ବିଟ୍ର ଜବାବ ଦେଇ ବାଇଡେନ ଆଜି ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ, ମୋଦୀ ଗତକାଲି ଏକ ଟ୍ବିଟ୍ କରି କହିଥିଲେ, ଭାରତର ଜି-୨୦ ଅଧ୍ୟକ୍ଷତା ଅବଧି ‘ସମାବେଶୀ, ଉଚ୍ଚାଭିଳାଷୀ, ନିର୍ଣ୍ଣାୟକ ଓ କାର୍ଯ୍ୟ ସମ୍ପାଦନମୂଳକ ହେବ। ଉଲ୍ଲେଖଯୋଗ୍ୟ, ଗତକାଲି (ଡିସେମ୍ବର ୧)ରେ ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଛି।