କୋଭିଡ୍ ସଂକ୍ରାନ୍ତ ସତ୍ୟାସତ୍ୟ ତଥ୍ୟ ଖୋଜୁଛି ଜାତିସଂଘ, ୧୩ ଦେଶର ନେତୃତ୍ବ ନେବ ଭାରତ

ଜାତିସଂଘ: ବିଭିନ୍ନ ସମୟରେ କରୋନାଭୂତାଣୁ ବିଷୟରେ ପ୍ରଚାରିତ ହେଉଥିବା ମିଥ୍ୟା ଖବରକୁ ପ୍ରତିବାଦ କରିବା ସହ ଉପଲବ୍ଧ ତଥ୍ୟଭିତ୍ତିକ ସତ୍ୟକୁ ପ୍ରତିପାଦନ କରିବା ପାଇଁ ଜାତିସଂଘ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛିା ବିଶ୍ବର ୧୩୦ରୁ ଅଧିକ ଦେଶ ଏପରି ମିଥ୍ୟାସୂଚନା ବିରୋଧରେ ସ୍ବର ଉଠାଇଥିବା ବେଳେ ଜାତିସଂଘର ଏହି ଅଭିଯାନରେ ଭାରତ ନେତୃତ୍ବରେ ୧୩ଟି ଦେଶ ସାମିଲ ହୋଇଛନ୍ତିା ଅନ୍ୟ ଦେଶଗୁଡି଼କ ହେଲା ଅଷ୍ଟ୍ରେଲିଆ, ଚିଲି, ଫ୍ରାନ୍ସ, ଜର୍ଜିଆ, ଇଣ୍ଡୋନେସିଆ, ଲାଟିଭିଆ, ଲେବାନନ୍, ମରିସସ୍‌, ମେକ୍ସିକୋ, ନରୱେ, ସେନେଗାଲ୍ ଓ ଦକ୍ଷିଣ ଆଫ୍ରିକା। ବିଶେଷ କରି ମହାମାରୀ କୋଭିଡ୍–୧୯ର ଉପଦ୍ରବକୁ ପ୍ରତିହତ କରିବା ସହ କରୋନାଭୂତାଣୁ ସଂକ୍ରାନ୍ତ ମିଥ୍ୟା ସୂଚନା ସଂକ୍ରମଣକୁ ପ୍ରତିରୋଧ କରିବା ହିଁ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ଜାତିସଂଘ ମହାସଚିବ ଆେଣ୍ଟାନିଓ ଗୁଟେରେସ୍‌ କହିଛନ୍ତିା

ସୂଚନା ଥାଉ କି, କରୋନାଭୂତାଣୁର କରାଳ ଛାୟା ବିଶ୍ବ ବ୍ୟାପୀ ମାଡି଼ ଚାଲିଥିବା ବେଳେ ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଭୁଲ୍ ଉପଦେଶ, ଘୃଣ୍ୟ ଭାଷଣ ଏବଂ ନାନାଦି ଷଡ଼ଯନ୍ତ୍ର ହିଁ ଲୋକଙ୍କୁ ବେଶୀ ଆତଙ୍କିତ କରିପକାଇଛି। ମହାମାରୀ କୋଭିଡ୍–୧୯ ଯେତିକି କ୍ଷତିକାରକ ସାବ୍ୟସ୍ତ ହୋଇଛି, ଏପରି ମଥ୍ୟା ସୂଚନା ହିଁ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାରେ ତା’ଠାରୁ ଅଧିକ କ୍ଷତି ପହାଇଛିା କୋଭିଡ୍‌ର ଦ୍ବିତୀୟ ପର୍ଯ୍ୟାୟ ଉପଦ୍ରବ ସ୍ବରୂପ ଏଭଳି ମିଛ ଖବର, ଉେଦ୍ଦଶ୍ୟମୂଳକ ଭାବେ ପ୍ରସ୍ତୁତ ଭିଡିଓ ଆଦି କାଳ୍ପନିକ ଦସ୍ତାବିଜ ସାମ୍ପ୍ରଦାୟିକ ସମ୍ପ୍ରୀତି ବଜାୟ ରଖିବାରେ ମଧ୍ୟ ଅନ୍ତରାୟ ହୋଇଛିା ତେଣୁ ଏଭଳି ଭୁଲ୍ ସୂଚନା ପାଇ ମାନସିକ ନିର୍ଯାତନା ଭୋଗୁଥିବା ନାଗରିକମାନଙ୍କ ପାଖରେ ତଥ୍ୟଭିତ୍ତିକ ଠିକ୍ ଖବର ପହାଇ ସେମାନଙ୍କ ଜୀବନଯାତ୍ରା ସ୍ବାଭାବିକ କରିବା ଉପରେ ଗୁରୁତ୍ବାରୋପ କରାଯାଉଛିା

ସମ୍ବନ୍ଧିତ ଖବର