ଚୀନ ସୈନିକ ସୀମା ଡେଇଁଲେ ଭୟଙ୍କର ପ୍ରତିଆକ୍ରମଣ କରିବ ଭାରତୀୟ ସେନା

ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଗଲାଣି । ଭାରତୀୟ ସେନା ପକ୍ଷରୁ ପୂର୍ବ ଲଦାଖରେ ଥିବା ବ୍ଲାକଟପ ଓ ଅନ୍ୟ ପାହାଡ଼ଗୁଡ଼ିକୁ ଅଧିକାର କରିନେବା ଦ୍ୱାରା ଚୀନ ସେନା ବିବ୍ରତ ହୋଇପଡ଼ିଛି । ଫଳରେ ଏଗୁଡ଼ିକୁ ଅଧିକାର କରିନେବାକୁ ଚୀନ ସେନା ପ୍ରତିଦିନ ଉଦ୍ୟମ କରୁଛି । କିନ୍ତୁ ସତର୍କ ଭାରତୀୟ ସେନା ଯୋଗୁଁ ଚୀନ ନିଜ ଚକ୍ରାନ୍ତରେ ସଫଳ ହୋଇପାରୁନାହିଁ । ତେବେ ପ୍ରତିଦିନ ଚୀନ ସେନା ବିଭିନ୍ନ ପାରମ୍ପରିକ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବାରୁ ଭାରତୀୟ ସେନା ତାହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି । ମିଳଥିବା ସୂଚନା ଅନୁସାରେ ଯଦି ଚୀନ ସେନା ଭାରତୀୟ ସେନା କବଜାରେ ଥିବା ପାହାଡ଼ ଶିଖର ଅଧିକାର କରିବାକୁ ଆକ୍ରମଣ କରେ ତେବେ ତାହାର ପ୍ରତିଆକ୍ରମଣ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୀନ ଭାରତୀୟ ସେନା ଦ୍ୱାରା ଅଧିକୃତ ଶିଖର ଗୁଡ଼ିକୁ ଅଧିକାର କରିବାକୁ ଚୀନ ସେନା ପୁଣି ଉଦ୍ୟମ କରିପାରେ । ଏଥର ଅଧିକ ସୈନ୍ୟବଳ ନେଇ ଚୀନ ସେନା ଆସିବାର ଆଶଙ୍କା କରାଯାଉଛି । ଏପରି ହେଲେ ଭାରତୀୟ ସେନା ତାହାର କଠୋର ଜବାବ ଦେବ ବୋଲି ଜଣାପଡ଼ିଛି । ପର୍ବତ ଶିଖର ଗୁଡ଼ିକର ସୁରକ୍ଷା ପାଇଁ ଭାରତୀୟ ସେନା ତାରବାଡ଼ ଲଗାଇଛି । ଚୀନ ଏଗୁଡ଼ିକୁ ଅତିକ୍ରମ କଲେ ତାହାକୁ ଲାଲରେଖା ଅତିକ୍ରମଣ ବୋଲି ଧରାଯାଇ ପ୍ରବଳ ଆକ୍ରମଣ କରାଯିବ ବୋଲି ଭାରତୀୟ ସେନା ସୁତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର