ନୂଆଦିଲ୍ଲୀ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ରାଜ୍ୟସଭାରେ ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ ଭାରତ ୟୁଏନ୍‌ଏସ୍‌ସି (ଜାତିସଂଘ ସୁରକ୍ଷା ପରିଷଦ)ର ସ୍ଥାୟୀ ସଦସ୍ୟ ହେବ ଏବଂ ଏ ଦିଗରେ ପ୍ରୟାସ ଜାରି ରହିଛି। ଜୟଶଙ୍କର କହିଛନ୍ତି, ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ। ଏ ନେଇ ନୈରାଶ୍ୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ଦିନେ ନା ଦିନେ ଭାରତକୁ ଜାତିସଂଘର ସ୍ଥାୟୀ ସଦସ୍ୟତା ମିଳିବ। ଧୀରେ ଧୀରେ ଏଦିଗରେ କାର୍ଯ୍ୟ ଜାରି ରହିଥିବା ଜୟଶଙ୍କର କହିଛନ୍ତି। ଉଲ୍ଲେଖଯୋଗ୍ୟ ଜାତିସଂଘ ସୁରକ୍ଷା ପରିଷଦରେ ଏବେ ଚୀନ୍‌, ଫ୍ରାନ୍ସ, ରୁଷ୍‌, ବ୍ରିଟେନ୍‌ ଏବଂ ଆମେରିକା ସ୍ଥାୟୀ ସଦସ୍ୟ ଅଛନ୍ତି।

Advertisment