ଭାରତ ଏବେ ସମ୍ମୁଖୀନ ହେଉଥିବା ଛୋଟ ସଂଘର୍ଷ ଭବିଷ୍ୟତର ବଡ଼ ଯୁଦ୍ଧର ଟ୍ରେଲର : ସେନାମୁଖ୍ୟ

ନୂଆଦିଲ୍ଲୀ : ଭାରତ ଏବେ ଯେଉଁ ଛୋଟ ଛୋଟ ଲଢେଇ ଦେଖିବାକୁ ପାଉଛେ ତାହା ଭବିଷ୍ୟତର ବଡ଼ ଯୁଦ୍ଧର ଟ୍ରେଲର ବୋଲି କହିଛନ୍ତି ସେନାମୁଖ୍ୟ ମନୋଜ ମୁକୁନ୍ଦ ନାରାଓ୍ବାଣେ । ଏଣୁ ଆମକୁ ପ୍ରସ୍ତୁତ ରହିବାକୁ ହେବ ।

ଚୀନ ଓ ପାକିସ୍ତାନର ନାଁ ନନେଇ ସେ କହିଛନ୍ତି ଆମର ଶତ୍ରୁମାନେ ଭବିଷ୍ୟତରେ ବି ନିଜର ସାମରିକ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିବେ । ଏବେ ଆମେ ଯେଉଁ ଛୋଟ ଛେଟ ଲଢେଇ ଦେଖିବାକୁ ପାଉଛେ ତାହା ଭବିଷ୍ୟତର ବଡ଼ ଯୁଦ୍ଧର ଟ୍ରେଲର ।

ଚୀନ ଓ ପାକିସ୍ତୀନ ସୀମାରେ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିବା ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭବିଷ୍ୟତର ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତୀୟ ସେନାର ପୁନର୍ଗଠନ, ପୁନର୍ବିନ୍ୟାସ କରାଯାଉଛି । ଏହାଛଡ଼ା ତିନି ସେନା ମଧ୍ୟରେ ସମନ୍ବୟ ଓ ମିଶ୍ରଣ ପାଇଁ ପଦକ୍ଷେପ ନିଆଯାଉଛି ।

୨୦୨୦ରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ନିୟମିତ ଭାବେ ଜାରି ରହିଛି । ଏ ପରିପ୍ରେକ୍ଷୀରେ ସେନାମୁଖ୍ୟଙ୍କ ବୟାନର ଗୁରୁତ୍ବ ରହିଛି ।

୨୦୨୦ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ ଦାବି କରୁଛି । କିନ୍ତୁ ନିକଟରେ ଗଲଓ୍ବାନ ସଂଘର୍ଷ ସଂପର୍କରେ ଅଷ୍ଟ୍ରେଲୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଚୀନର ପ୍ରାୟ ୩୮ ଜଣ ସୈନିକ ଗଲଓ୍ବାନ ସଂଘର୍ଷରେ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର