ଭାରତ-ଚୀନ ସୀମା ବିବାଦ: ଲଦାଖରେ ଭାରତ ତିଆରି କରୁଛି ୨ଟି ରାସ୍ତା

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଉପୁଜିଥିବା ବିବାଦକୁ କମ୍‌ କରିବା ପାଇଁ ଚେଷ୍ଟାରେ ଭାରତ। ଜାଣିବାକୁ ମିଳିଛି ଯେ ଭାରତ ପୂର୍ବ ଲଦାଖରେ ଦୁଇଟି ରାସ୍ତା ତିଆରି କରିବାର ଯୋଜନା କରିଛି। ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଯୋଗାଯୋଗ ବଢ଼ାଇବା ପାାଇଁ ଭାରତ ଏପରି ଚିନ୍ତା କରିଥିବା ଜାଣିବାକୁ ମିଳିଛି। ଏହି ଅଞ୍ଚଳଗୁଡ଼ିକୁ ସେନା ପକ୍ଷରୁ ସବ୍‌ ସେକ୍ଟର ନର୍ଥ(ଏସ୍‌ଏସ୍‌ଏନ୍‌) କୁହାଯାଉଛି। ଏହି ପ୍ରକଳ୍ପ ସହ ଯୋଡ଼ି ହୋଇଥିବା ଦୁଇ ଜଣ ସେନା ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି।

ପ୍ରଥମ ରାସ୍ତାଟି ଯୋଡ଼ି ହେବ ଦୌଲତ ବୈଜ୍‌ ଓଲ୍‌ଡିକୁ। ଦ୍ବିତୀୟ ରାସ୍ତାଟି ସସମାରୁ ସେସର ଲା ପର୍ଯ୍ୟନ୍ତ ଯୋଡ଼ିବ। ଏହି ଦ୍ବିତୀୟ ରାସ୍ତାଟି ପ୍ରଥମ ରାସ୍ତାକୁ ଭିନ୍ନ ଏକ ବିକଳ୍ପ ମାର୍ଗ ବି ପ୍ରଦାନ କରିବ ବୋଲି ସୂଚନା ରହିଛି।


Law Gupshup

ଏହି ଦୁଇଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି ବର୍ଡର ରୋଡ୍‌ସ ଅର୍ଗାନାଇଜେସନ୍‌(ବିଆର୍‌ଓ)। ଏଥିପାଇଁ ପ୍ରାୟ ୧୧ ହଜାରରୁ ଉର୍ଧ୍ବ ଶ୍ରମିକଙ୍କୁ ଚୀନ ସୀମାନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ନିଯୁକ୍ତି ଦିଆଯାଉଛି।

ଜାଣିବାକୁ ମିଳିଛି ଯେ ସସୋମାରୁ ସେସର୍‌ ଲା ପର୍ଯ୍ୟନ୍ତ ପ୍ରାୟ ୧୭ ହଜାର ୮୦୦ ଫୁଟ୍‌ ଦୀର୍ଘ ରାସ୍ତା ନିର୍ମାଣ କରାଯାଉଛି। ଏହାକୁ  ନିହାତି କଠିନ ପ୍ରକଳ୍ପ ବୋଲି ମନା ଯାଉଛି। ଗବେଷକମାନେ ସୂଚନା ଦେଇଛନ୍ତି ଯେ ଆଗାମୀ ଦିନରେ ଏହି ମାର୍ଗକୁ ବାରଙ୍ଗ ସା, ମୁର୍ଗ ଏବଂ ଦୌଲତ ବୈଜ୍‌ ଓଲ୍‌ଡି ପର୍ଯ୍ୟନ୍ତ ବଢ଼ାଯିବ। ମାତ୍ର ଏବେ ସୁଦ୍ଧା ଏ ନେଇ ‌କୌଣସି ‌ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

ସମ୍ବନ୍ଧିତ ଖବର