କରୋନା ଟୀକା ବାହାର କରିବାକୁ ଭାରତ ଅନ୍ୟ ଦେଶମାନଙ୍କ ସହ ମିଶି ଗବେଷଣା କରୁଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କରୋନା ଭାଇରସର ଟୀକା ବାହାର କରିବାକୁ ଏବେ ଭାରତ ଏବେ ବିଶ୍ୱର ଅନ୍ୟ ପ୍ରମୁଖ ଦେଶମାନଙ୍କ ସହ ମିଶି କାମ କରୁଛି । ଏହା ଏକ ସମୟସାପେକ୍ଷ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ତ୍ୱରାନ୍ୱିତ କରି ଯଥା ଶୀଘ୍ର ଟୀକାର ବିକାଶ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ସେ କହିଛନ୍ତି ଯେ କୋଭିଡ୧୯ର ମୁକାବିଲା କରିବା ପାଇଁ ଭାରତ ଏବେ ରିକମ୍ବିନାଣ୍ଟ ବିସିଜି, କନଭାଲେସେଣ୍ଟ ପ୍ଲାଜମା ଥେରାପୀ, ମନୋକ୍ଲୋନାଲ ଆଣ୍ଟିବଡ଼ି ଆଦି କ୍ଷେତ୍ରରେ କାର୍ଯ୍ୟ କରାଯାଉଛି । ଏହାଛଡ଼ା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ କେତେକ ଔଷଧ ଉପରେ ଭାରତରେ ଗବେଷଣା କରାଯାଉଛି । ଦେଶରେ ପ୍ଲାଜମା ଚିକିତ୍ସା ଉପରେ ମଧ୍ୟ କାମ ଚାଲିିଛି ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟେଷ୍ଟିଂ କିଟର ବିକାଶ କରାଯାଉଛି ବୋଲି ସେ କହିଛନ୍ତି । ମେ ସୁଦ୍ଧା ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରାୟ ୧୦ ଲକ୍ଷ ଆରଟିପିସିଆର କିଟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି । କରୋନା ପାଇଁ ବିସିଜି ଟୀକାର ପ୍ରୟୋଗ ଉପରେ ଆଇସିଏମଆର ଆସନ୍ତା ସପ୍ତାହରୁ ପରୀକ୍ଷା ଆରମ୍ଭ କରିବ । ଆମ ପାଖକୁ ଯଥେଷ୍ଟ ତଥ୍ୟ ନ ଆସିବା ପର୍ଯ୍ୟନ୍ତ କୌଣସି ସ୍ୱାସ୍ଥ୍ୟକର୍ମୀକୁ ଏହାର ପ୍ରୟୋଗ ପାଇଁ ଅନୁମତି ଦିଆଯାଇପାରିବ ନାହିଁବୋଲି ଆଇସିଏମଆରର ବୈଜ୍ଞାନିକ ଆର.ଗଙ୍ଗାଖେଡକର କହିଛନ୍ତି ।

ସମ୍ବନ୍ଧିତ ଖବର