ଭାରତ ଏପର୍ଯ୍ୟନ୍ତ ଜାକିର ନାଏକର ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିନାହିଁ : ମାଲେସିଆ

କ୍ୱାଲାଲୁମ୍ପୁର : ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକର ପ୍ରତ୍ୟାର୍ପଣ ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି । ଭାରତ ଏପର୍ଯ୍ୟନ୍ତ ଆଇନଗତ ଭାବେ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିନାହିଁ । ଆମେ ଭାରତର ପ୍ରତ୍ୟାର୍ପଣ ଅନୁରୋଧକୁ ଏହା କରିବା ପରେ ମାଲେସିଆର ଆଇନ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ମାଲେସିଆର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଏମ.କୁଲା ସେଗାରନ କହିଛନ୍ତି । ସେ କହିଛନ୍ତି ଯେ ଜାକିର ନାଏକ ପ୍ରସଙ୍ଗ କିଛିଦିନ ତଳେ କ୍ୟାବିନେଟରେ ଆଲୋଚନା ହୋଇଥିଲା । ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଆଗ ଭାରତ ପକ୍ଷରୁ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରାଯାଉ । ଗତକାଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଥିଲେ ଯେ ଭାରତ ପକ୍ଷରୁ ଜାକିର ନାଏକର ପ୍ରତ୍ୟାର୍ପଣ ପାଇଁ ଗତ ଜାନୁୟାରୀ ମାସରେ ଆନୁଷ୍ଠାନିକ ଭାବେ ଅନୁରୋଧ କରାଯାଇଥିଲା । ମାଲେସିଆ ସରକାର ଏହାର ବିଚାର କରୁଛନ୍ତି ।  ସାଂପ୍ରଦାୟିକ ଉତ୍ତେଜନା ଓ ବିଭେଦ ସୃଷ୍ଟିକାରୀ ଭାଷଣ ପାଇଁ ଭାରତରେ ଜାକିର ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।

ସମ୍ବନ୍ଧିତ ଖବର