ନୂଆଦିଲ୍ଲୀ: ଗୁରୁବାର ଆମେରିକାର ମିଚିଗାନ୍‌ର ଏକ ବିମାନରେ ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଇଥିବାରୁ ଆମେରିକାରେ ରହୁଥିବା ଜଣେ ଭାରତୀୟଙ୍କୁ ଗିରଫ କରିଛି ପୁଲିସ । ଜାନୁଆରୀ ୩ରେ ଆମେରିକାରେ ଅସ୍ଥାୟୀ ଭିସାରେ ରହୁଥିବା ୩୪ ବର୍ଷିୟ ପ୍ରଭୁ ରାମମୂର୍ତ୍ତି ବିମାନରେ ଯାତ୍ରା କରୁଥିବା ବେଳେ ଜଣେ ୨୨ ବର୍ଷିୟ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ପତ୍ନୀ ପାଖରେ ବସିଥିଲେ ମଧ୍ୟ ଯୁବକ ଜଣକ ଏପରି କରିବାକୁ ଦ୍ୱିତୀୟ ଥର ଭାବି ନ ଥିଲେ । ଏହି ଘଟଣାଟି ଲାସ୍‌ଭେଗାସ୍‌ ରୁ ଡ଼େଟ୍ରଏଟ୍‌ ଯାଉଥିବା ବିମାନରେ ଘଟିଥିଲା । ବିମାନ ଅବତରଣର ୪୦ ମିନିଟ୍‌ ପୂର୍ବରୁ ତାଙ୍କୁ ନିର୍ଯାତନା ଦିଆ ଯାଇଛି ବୋଲି ପୀଡ଼ିତା ଜଣକ ବିମାନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ବିମାନ ଅବତରଣ ପରେ ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିବା ବେଳେ ପୁଲିସ ବିମାନ ବନ୍ଦରରେ ପହଞ୍ଚି ପଚରାଉଚରା ଆରମ୍ଭ କରିଥିଲା ।

Advertisment

publive-image ndtv

ମୁଁ ଶୋଇ ପଡ଼ିଥିଲି । ଉଠିଲା ପରେ ମୋ ସାର୍ଟ ଏବଂ ପ୍ୟାଣ୍ଟର ବୋତାମ ଖୋଲା ଥିବାର ଦେଖିବା ସହ ଯୁବକଙ୍କର ହାତ ମୋ ପ୍ୟାଣ୍ଟ ଭିତରେ ଥିବାର ଦେଖିଲି ବୋଲି ପୀଡ଼ିତା ଜଣକ ପୁଲିସକୁ ଜଣାଇଥିଲେ ।

ଏହି ଘଟଣା ଘଟିବା ସମୟରେ ଅଭିଯୁକ୍ତଙ୍କ ସ୍ତ୍ରୀ ତାଙ୍କ ପାଖରେ ବସିଥିଲେ ବୋଲି ଜଣା ପଡ଼ିଛି । ପୀଡ଼ିତା ଜଣଙ୍କ ଏହି ନିର୍ଯାତନା ବିଷୟରେ ବିମାନ ଅବତରଣର ୪୦ ମିନିଟ୍‌ ପୂର୍ବରୁ ବିମାନ କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀ ତଦନ୍ତରେ ବାଧା ସୃଷ୍ଟି କରିଥିଲେ । ହୁଏତ ସେ ତାଙ୍କ ସ୍ୱାମୀ ଯାହା କରିଛନ୍ତି ତାହା ଜାଣି ନାହାନ୍ତି ବା ଜାଣି କରି ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।