ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ ତୁର୍କୀ ବିରୋଧ କରିବା ସହ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଭାରତ ବିରୋଧୀ ଲଢ଼େଇରେ ସାମିଲ ହେବାକୁ ଭାରତ ଗମ୍ଭୀରତାର ସହ ନେଇଛି। ତୁର୍କୀ ବିରୋଧରେ ଆଗକୁ ବଡ଼ ଧରଣର କଟକଣା ଜାରି ହୋଇପାରେ ବୋଲି ସୂଚନା ମିଳିଛି। ଭାରତର ୯ଟି ପ୍ରମୁଖ ବିମାନ ବନ୍ଦରରେ କାର୍ଗୋ ସେବା ପରିଚାଳନା କରୁଥିବା ଏକ ପ୍ରମୁଖ ତୁର୍କୀ କମ୍ପାନି ଆଜି ନିଜର ସୁରକ୍ଷା ମଞ୍ଜୁରି ହରାଇଛି। ତୁର୍କୀ ଯୋଗାଇଥିବା ଡ୍ରୋନ୍‌ ଭାରତ ଉପରେ ଆକ୍ରମଣ ପାଇଁ ବ୍ୟବହାର ହୋଇଥିବା ଏବଂ ତୁର୍କୀର ଅପରେଟର୍‌   ଏହାର ସଂଚାଳନ କରୁଥିବା ଜଣାପଡ଼ିବା ପରେ ଏବେ ଦେଶବ୍ୟାପୀ ତୁର୍କୀକୁ ବର୍ଜନ କରିବା ପାଇଁ ସ୍ବର ଉଠିଛି।

Advertisment

ଭାରତୀୟ ପର୍ଯ୍ୟଟକମାନେ ଏବେ ତୁର୍କୀ ଯାତ୍ରାକୁ ବାତିଲ କରୁଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଜି ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଜାତୀୟ ନିରାପତ୍ତା ସ୍ୱାର୍ଥ ଦୃଷ୍ଟିରୁ ‘ସେଲେବି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ’ର ସୁରକ୍ଷା ମଞ୍ଜୁରିକୁ ତୁରନ୍ତ ପ୍ରତ୍ୟାହାର କରାଯାଇଛି।ଏହି ସଂସ୍ଥା ଭାରତର ଅନ୍ତର୍ଜାତୀୟ ବିମାନବନ୍ଦର ଗୁଡ଼ିକରେ କାର୍ଗୋ ସେବାର ତଦାରଖ କରିବା ସହ ଦିଲ୍ଲୀ କାର୍ଗୋ ଟର୍ମିନାଲ ପରିଚାଳନା କରୁଥିଲା।