ବରଫରେ ଫସିଥିବା ୪୮୮ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲା ଭାରତୀୟ ବାୟୁ ସେନା 

ଜମ୍ମୁ-କଶ୍ମୀର: ଜମ୍ମୁଠାରେ ଥଣ୍ଡା ଏବଂ ବରଫରେ ଫସି ଯାଇଥିବା ଲେହରୁ ଆସୁଥିବା ୪୮୮ ଜଣ ଯାତ୍ରୀଙ୍କୁ ଭାରତୀୟ ବାୟୁ ସେନା(ଆଇଏଏଫ୍‌) ଉଦ୍ଧାର କରିଛି। ଉଦ୍ଧାର କରାଯାଇଥିବା ଯାତ୍ରୀମାନଙ୍କୁ ଲେହକୁ ନିଆଯାଇଛି।

ନିକଟରେ ହୋଇଥିବା ପ୍ରବଳ ଥଣ୍ଡା ଏବଂ ବରଫପାତ ହେତୁ ଜମ୍ମୁ-କଶ୍ମୀର ଉତ୍ତରାଞ୍ଚଳ ଲୋକେ, ଲେହ ଏବଂ କଶ୍ମୀରର ଯାତ୍ରୀମାନେ ଜମ୍ମୁ ଏବଂ ଉଧମପୁରଠାରେ ଫସି ଯାଇଥିଲେ।

ଜମ୍ମୁ-କଶ୍ମୀର ସରକାରଙ୍କ ଅନୁରୋଧ ରକ୍ଷା କରି ଭାରତୀୟ ବାୟୁସେନା ନିଜର ସ୍ୱତନ୍ତ୍ର ବିମାନ ଆଇଏଲ୍‌-୭୬(ଗଜରାଜ) ବ୍ୟବହାର କରି ଫସି ଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିଛି।

ଭାରତୀୟ ବାୟୁସେନା ଗତ ମାର୍ଚ ୬ ତାରିଖରେ କଶ୍ମୀରରୁ ୨୩୯ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ମାର୍ଚ ୭ ତାରିଖରେ ଉଧମପୁରରୁ ଲେହ ଯାଉଥିବା ୨୪୯ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛି।

ଏହି ବ୍ୟବସ୍ଥା  ଉଧମପୁରସ୍ଥିତ  ଏୟାର୍‌ ଫୋର୍ସ ଷ୍ଟେସନ୍‌  ଏବଂ ଉଧମପୁର ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିଲା। ତେବେ, ଜାଣିବାକୁ ମିଳିଛି ଉଦ୍ଧାର ହୋଇଥିବା ନାଗରିକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତିି।

ସମ୍ବନ୍ଧିତ ଖବର