ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ବେଙ୍ଗାଲୁରୁରେ ପାକିସ୍ତାନର ଗୁମର ଖୋଲି ଦେଇଛନ୍ତି।

Advertisment

ବେଙ୍ଗାଲୁରୁରେ ଆୟୋଜିତ ୧୬ତମ ବାର୍ଷିକ ଏୟାର ଚିଫ ମାର୍ଶାଲ ଏଲଏମ କାତ୍ରେ ଲେକ୍ଚର ସମୟରେ ଏପି ସିଂହ କହିଛନ୍ତି, ‘ରୁଷି ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନୀ ବିମାନଗୁଡ଼ିକୁ ମାରି ଖସାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।ଭାରତୀୟ ବାୟୁସେନା ପାକିସ୍ତାନ ଉପରେ ଆକ୍ରମଣ କରି ଖସାଇ ଦେଇଥିବା ୫ଟି ଫାଇ ଜେଟ ସହିତ ଏଡବ୍ଲୁଏସିଏସ ବିମାନକୁ ବି ମାରି ଖସାଇ ଦେଇଥିଲା।’ 
 ’
ଏଥିସହିତ ଏପି ସିଂହ ବାହାୱଲପୁରରେ ଜୈଶ-ଏ-ମହମ୍ମଦ ମୁଖ୍ୟାଳୟ ଉପରେ କରିଥିବା ଆକ୍ରମଣର ସାଟେଲାଇଟ୍ ଫଟୋ ଦେଖାଇ କହିଥିଲେ, "ଏଗୁଡ଼ିକ ପୂର୍ବ ଏବଂ ପରବର୍ତ୍ତୀ ଫଟୋ... ଏଠାରେ ପ୍ରାୟ କୌଣସି ଅବଶେଷ ବାକି ନାହିଁ... ଆଖପାଖର କୋଠାଗୁଡ଼ିକ ପ୍ରାୟ ସମ୍ପୂର୍ଣ୍ଣ ସୁରକ୍ଷିତ। ଆମ ପାଖରେ କେବଳ ସାଟେଲାଇଟ୍ ଫଟୋ ନାହିଁ, ବରଂ ସ୍ଥାନୀୟ ଗଣମାଧ୍ୟମ ମାଧ୍ୟମରେ ଭିତରର ଫଟୋ ମଧ୍ୟ ରହିଛି।"

ଅପରେସନ୍ ସିନ୍ଦୂର ସମ୍ପର୍କରେ, ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ କହିଛନ୍ତି, "ଏହା ଏକ ହାଇଟେକ୍ ଯୁଦ୍ଧ ଥିଲା। ୮୦ ରୁ ୯୦ ଘଣ୍ଟାର ଯୁଦ୍ଧରେ, ଆମେ ଏତେ କ୍ଷତି କରିପାରିଥିଲୁ ଯେ ସେମାନେ ସ୍ପଷ୍ଟ ଭାବରେ ଅନୁଭବ କରିଥିଲେ ଯେ ଯଦି ସେମାନେ ଏହାକୁ ଜାରି ରଖନ୍ତି, ତେବେ ସେମାନଙ୍କୁ ଆଗକୁ ଆହୁରି ଅଧିକ କ୍ଷତି ସହିବାକୁ ପଡ଼ିବ, ତେଣୁ ସେମାନେ ଆଗକୁ ଆସି ଆମର ଡିଜିଏମଓଙ୍କୁ ଏକ ବାର୍ତ୍ତା ପଠାଇ କହିଥିଲେ ସେମାନେ କଥା ହେବାକୁ ଚାହାଁନ୍ତି। ଆମ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିଲା।"