ଭାରତୀୟ ବାୟୁସେନା ଦିବସ: ଆକାଶରେ ଭାରତର ଦମ୍‌ ଦେଖାଇଲା ଯୁଦ୍ଧ ବିମାନ

ଲକ୍ଷ୍ନୌ : ୮୯ ତମ ଭାରତୀୟ ବାୟୁସେନା ଦିବସ ଉପଲକ୍ଷେ ଶୁକ୍ରବାରର ଉତ୍ତରପ୍ରଦେଶର ଗାଜିଆବାଦର ହିନ୍ଦୋନ୍ ଏୟାର ବେସ୍‌ରେ ଭବ୍ୟ ପରେଡ୍‌ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବାୟୁସେନା ମୁଖ୍ୟ ଭି.ଆର ଚୌଧରୀ, ସିଡିଏସ୍‌ ଜେନେରାଲ ବିପିନ ରାୱତ ମୁଖ୍ୟ ଆଡମିରାଲ କରମବୀର ସିଂହ, ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରବଣେ ଏବଂ ସିଡିଏସ ଜେନେରାଲ ବିପିନ ରାୱତ ଉପସ୍ଥିତ ଥିଲେ।

ଭାରତୀୟ ବାୟୁସେନା ୧୯୩୨ ଅକ୍ଟୋବର ୮ରେ ଅବିଭକ୍ତ ଭାରତରେ ସ୍ଥାପନ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାର ଅବଦାନ ପାଇଁ ଏହାକୁ କିଙ୍ଗ୍‌ ଜର୍ଜ ଷଷ୍ଠଙ୍କ ଠାରୁ ‘ରୟାଲ’ ଉପାଧି ମିଳିଥିଲା। ୧୯୫୦ ମସିହାରେ ଦେଶ ଗଣତାନ୍ତ୍ରିକ ରାଷ୍ଟ୍ର ହେବାପରେ ଏହି ଉପାଧି ହଟାଇ ଦିଆଯାଇଥିଲା। ଏଥର ବାୟୁସେନା ଦିବସରେ ୧୯୭୧ ଯୁଦ୍ଧର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାହସୀ ବାୟୁସେନା ଯବାନ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ବାୟୁସେନା ସାହସ, ବିଚକ୍ଷଣତା ଏବଂ ବୃତ୍ତିଗତ କୁଶଳତାର ପ୍ରତିଶବ୍ଦ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାକୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ ବାୟୁସେନା ନିଜର ଶ୍ରେଷ୍ଠତା ବଜାୟ ରଖିବ ବୋଲି ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଉପ ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ମଧ୍ୟ ବାୟୁସେନାକୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଯୁଦ୍ଧ ହେଉ କିମ୍ବା ଶାନ୍ତି ହେଉ ଆମ ବାୟୁସେନା ସର୍ବଦା ସେମାନଙ୍କର ସାହସ, ତ୍ୟାଗ ଓ ଶ୍ରେଷ୍ଠ ପ୍ରଦର୍ଶନ ଦ୍ୱାରା ଦେଶକୁ ଗର୍ବିତ କରିଆସୁଛନ୍ତି। ଆଜି ବାୟୁସେନା ପରେଡ୍‌ ଅବସରରେ ଯୁଦ୍ଧ ବିମାନ ସୁଖୋଇ ୩୦ ଏବଂ ରାଫେଲ ଆକାଶରେ ଦମ୍‌ ଦେଖାଇଥିଲେ। ଏହି ଅବସରରେ ବାୟୁସେନା ମୁଖ୍ୟ ଅଧିକାରୀମାନଙ୍କୁ ପଦକ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର