ଜମ୍ମୁ-କଶ୍ମୀରରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ମୃତ

ଶ୍ରୀନଗର:  ବୁଧବାର ଜମ୍ମୁକାଶ୍ମୀର ବଡଗାମରେ ଏକ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଥିଲା। ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଛି। ବାୟୁସେନାର ଏହି ହେଲିପକ୍ଟରଟି ବଡଗାମର ଗାରେନ୍ଦ କାଲାନ୍‌ ଗ୍ରାମ ନିକଟରେ ଥିବା ଖୋଲା ପଡ଼ିଆରେ ସକାଳ ୧୦.୫ମିନିଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଥିବା ଜଣାାପଡ଼ିଛି। ଯାହାଙ୍କ ନାମ କିଫାୟାତ୍‌ ହୁସେନ୍‌ ଗାନାଇ । ଏହି ହେଲିକପ୍ଟରଟି ମିଗ-୧୭ ବୋଲି ନୂଆଦିଲ୍ଲୀ ବାୟୁସେନା କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ହେଲିକପ୍ଟରଟି ଶ୍ରୀନଗରରୁ ଉଡାଣ ଆରମ୍ଭ କରିଥିଲା। ପ୍ରଥମେ ଘଟଣାସ୍ଥଳରୁ ଦୁଇଜଣ ପାଇଲଟଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ଆଉ ତିନିଜଣଙ୍କ ମୃତଦେହ ମିଳିଛି। ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଥିବା କଥା କୁହାଯାଉଛି।

 

ସମ୍ବନ୍ଧିତ ଖବର