‘ଅଗ୍ନିପଥ’ରେ ଭର୍ତ୍ତି ହେବା ଲାଗି ଯୋଗ୍ୟତା ଓ ସୁବିଧା ସମେତ ପୂର୍ଣ୍ଣ ବିବରଣୀ ପ୍ରକାଶ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଜୁନ୍‌ ୨୪ରେ ଆରମ୍ଭ ହେବାକୁ ଥିବା ‘ଅଗ୍ନିପଥ’ ଯୋଜନାରେ ଭର୍ତ୍ତି ହେବାର ବ୍ୟବସ୍ଥା ଏବଂ ପ୍ରକ୍ରିୟା ସମ୍ବନ୍ଧୀୟ ପୂର୍ଣ୍ଣ ବିବରଣୀ ଆଜି ଭାରତୀୟ ବାୟୁସେନା ପ୍ରକାଶ କରିଛି।

ଏ ସଂକ୍ରାନ୍ତରେ ଭାରତୀୟ ବାୟୁସେନା ରିଲିଜ୍‌ କରିଥିବା ଡକ୍ୟୁମେଣ୍ଟ୍‌ରେ ପ୍ରାର୍ଥୀଙ୍କ ଯୋଗ୍ୟତା, ଶିକ୍ଷାଗତ ଯୋଗ୍ୟତା, ଡାକ୍ତରୀ ମାନକ, ମୂଲ୍ୟାୟନ, ଛୁଟି, ପାରିଶ୍ରମିକ, ଜୀବନ ବୀମା ଆଦି ଅନେକ ପ୍ରସଙ୍ଗରେ ପୂର୍ଣ୍ଣ ବିବରଣୀ ଦିଆଯାଇଛି।

ଏହା କେବଳ ୧୮ ବର୍ଷରୁ କର୍ମ ବର୍ଷ ବୟସର ପିଲାମାନଙ୍କ ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରିୟା ହୋଇଥିବାରୁ ‘ଏନ୍‌ରୋଲ୍‌ମେଣ୍ଟ୍‌ ଫର୍ମ’ରେ ପିତାମାତାଙ୍କ ସ୍ବାକ୍ଷର ରହିବା ଆବଶ୍ୟକ ବୋଲି ଭାରତୀୟ ବାୟୁସେନା ଡକ୍ୟୁମେଣ୍ଟ୍‌ରେ ଉଲ୍ଲେଖ ଅଛି। ଏହାଛଡ଼ା, ଯୋଜନାର ସମସ୍ତ ନିୟମ ଓ ସର୍ତ୍ତାବଳୀକୁ ଔପ‌ଚାରିକ ଭାବେ ଗ୍ରହଣ କରିବେ ବୋଲି ଅଗ୍ନିବୀରମାନେ ଦାଖଲ କରୁଥିବା କାଗଜପତ୍ରରେ ସ୍ବାକ୍ଷର କରିବେ।

Image Courtesy of The Indian Express

ଏହି ଯୋଜନାରେ ଭାରତୀୟ ବାୟୁସେନାରେ ୪ ବର୍ଷ ପାଇଁ ଭର୍ତ୍ତି ହେlବେ ଅଗ୍ନିବୀର। ସେମାନଙ୍କୁ ବର୍ଷରେ ୩୦ ଦିନର ଛୁଟି ମିଳିବ । ଏହା ସହ କ୍ୟାଟିନର ସୁବିଧା ମଧ୍ୟ ଉପଲବ୍ଧ ହେବ । ବାୟୁସେନା ପକ୍ଷରୁ ସେମାନଙ୍କୁ ୟୁନିଫର୍ମ ଆଲାଉନ୍ସ, ବୀମା ମଧ୍ୟ ପ୍ରଦାନ କରାଯିବ । ଅଗ୍ନିବୀରଙ୍କୁ ମାସିକ ବେତନ ସହ ହାର୍ଡସିପ୍ ଆଲାଉନ୍ସ, ୟୁନିଫର୍ମ ଆଲାଉନ୍ସ, କ୍ୟାଣ୍ଟିନ, ମେଡିକାଲ ସୁବିଧା ପ୍ରଦାନ କରାଯିବ । ବର୍ଷରେ ୩୦ ଦିନ ଛୁଟି ମିଳିବା ସହ ମେଡିକାଲ ଛୁଟି ମଧ୍ୟ ପ୍ରଦାନ କରାଯିବ । ଏହା ମେଡିକାଲ ଚେକଅପ୍ ଉପରେ ନିର୍ଭର କରିବ ।

୪ ବର୍ଷର ଚାକିରିକାଳ ଭିତରେ ଯଦି ଅଗ୍ନିବୀରଙ୍କ ମୃତ୍ୟୁ ହୋଇଥାଏ ତେବେ ବୀମା ସୁବିଧା ଉପଲବ୍ଧ ହେବ । ତାଙ୍କ ପରିବାରକୁ ୧ କୋଟିର ଆର୍ଥିତ ସୁବିଧା ମିଳିବ । ଡ୍ୟୁଟି ବେଳେ ବିକଳାଙ୍ଗ ହେଲେ  ୪୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ଆଉ ବଞ୍ଚିଥିବା ଚାକିରି ସମୟର ପୂରା ଦରମା ମିଳିବ । ସେବା ନିଧି ପ୍ୟାକେଜର ପୂରା ଅର୍ଥ ମଧ୍ୟ ମିଳିବ । ଅଗ୍ନିବୀରଙ୍କୁ ମୋଟ ୪୮ ଲକ୍ଷର ବୀମା ମିଳିବ ବୋଲି ସୂଚନା ଦିଆଯାଇଛି।

ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ୪ ବର୍ଷର କାର୍ଯ୍ୟକାଳ ପରେ ଅଗ୍ନିବୀରମାନେ ଭ‌ାରତୀୟ ବାୟୁସେନା ଘୋ‌ଷଣା କରିଥିବା ସାଙ୍ଗଠନିକ ଆବଶ୍ୟକତା ଓ ନୀତି ଅନୁସାରେ ସମାଜକୁ ଫେରିଯିବେ। ଯେଉଁ ୭୫% ଅଗ୍ନବୀରଙ୍କୁ ଅବସର ଦିଆଯିବ ସେମାନଙ୍କୁ ସରକାର ଘୋଷଣା ମୁତାବକ ସୁବିଧା ଯୋଗାଇ ଦେବେ।

ବୟସ ସୀମା (ଚଳିତ ବର୍ଷ ପାଇଁ ୧୭.୫ ବର୍ଷରୁ ୨୩ ବର୍ଷ ଏବଂ ଆଗାମୀ ବର୍ଷରୁ ୧୭.୫ରୁ ୨୧ ବର୍ଷ) ବ୍ୟତୀତ, ଶିକ୍ଷାଗତ ଯୋଗ୍ୟତା, ଶାରୀରିକ ଏବଂ ଡାକ୍ତରୀ ମାନକ (ସ୍ବାସ୍ଥ୍ୟାବସ୍ଥା) ପ୍ରସଙ୍ଗରେ ପରେ ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ ବୋଲି ଭାରତୀୟ ବାୟୁସେନା କହିଛି।

ସମ୍ବନ୍ଧିତ ଖବର