ବରଫ ଝଡ଼ରେ ଦୁଇଦିନ ଧରି ଭୋକ ଓପାସରେ ଫସିରହିଥିଲେ ଏହି ଜର୍ମାନ ଦମ୍ପତି, ଉଦ୍ଧାର କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା  ହିମାଚଳ ପ୍ରଦେଶର ଲାହୋଲ ସ୍ପିତି ଅଂଚଳରେ ଏକ ସାହସିକ ଅପରେସନ କରି  ବରଫ ଝଡ଼ ମଧ୍ୟରେ ଫସିରହିଥିବା ଦୁଇଜଣ ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିଛି । ଏହି ଦୁଇଜଣ ଜର୍ମାନ ନାଗରିକ ହେଉଛନ୍ତି ମାଇକେଲ ଓ ତାଙ୍କ ପତ୍ନୀ ଆନେଟ୍‌ । ସେମାନେ ଲାହୋଲ-ସ୍ପୀତି ଅଞ୍ଚଳର  ପିଙ୍ଗଡଂ ଲା ଅଞ୍ଚଳରେ ଥିବା  ରିଂଡମ ରୁ ଡିବଲିଂ ପର୍ଯ୍ୟନ୍ତ ଟ୍ରେକିଂ  କରୁଥିବାବେଳେ  ବରଫ ଝଡ଼ ମଧ୍ୟରେ ଫସିଯାଇଥିଲେ । ପ୍ରାୟ ଦୁଇଦିନ ଧରି ସେମାନେ  ବରଫ ମଧ୍ୟରେ ଫସି ରହିଥିଲେ । ଏହି ସମୟରେ ତାଙ୍କ ପାଖରେ ଥିବା ଖାଦ୍ୟସାମଗ୍ରୀ ସମାପ୍ତ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର