ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା: ଏବେ ବୋମା ନିଷ୍କ୍ରିୟ କରିବ ଶକ୍ତିଶାଳୀ ରୋବୋର୍ଟ

ନୂଆଦିଲ୍ଲୀ: ବାୟୁସେନାକୁ ମିଳିଲା ନୂଆ ଶକ୍ତି। ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ଭାରତୀୟ ସେନାର ଶକ୍ତି ଆଗରେ ହାର ମାନିବେ ଶତ୍ରୁ ଦେଶ। ଅନୁପ୍ରବେଶ ଉଦ୍ୟମ କରିବା ପୂର୍ବରୁ ହଜାରେ ଥର ଚିନ୍ତା କିରବେ ନିଶ୍ଚୟ। ଖୁବ ଶୀଘ୍ର ଭାରତୀୟ ବାୟୁସେନାକୁ ମିଳିବ ଏକ ରୋବୋର୍ଟ। ବମ୍‌ ନିଷ୍କ୍ରିୟ କରିବା ସମୟରେ ଆଉ କୌଣସି ଯବାନ ପ୍ରାଣ ହରାଇବେନି। ୧୦୦୦ କିଲୋଗ୍ରାମ ବମକୁ ନିଷ୍କ୍ରିୟ କରିବାରେ ସକ୍ଷମ ହେବ ଏହି ରୋବୋର୍ଟ।

ଫେବ୍ରୁଆରି ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସମୟରେ ଯେଉଁଭଳି ପରିସ୍ଥିତି ଉପୁଜିଥିଲା, ସେପରି ପରିସ୍ଥିତି ଉପୁଜିବ ନାହିଁ। ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ବାୟୁସନା ଭାରତକୁ ଲକ୍ଷ୍ୟ କରି ଲଗାତାର ବମ୍‌ ନିକ୍ଷେପ କରିଥିଲା।  କିନ୍ତୁ ଏବେ ଏଭଳି ପରିସ୍ଥିତିରେ ରୋବୋର୍ଟ କରିବ ସାହାଯ୍ୟ।

ତେବେ ଭାରତୀୟ ବାୟୁସେନାରେ ସାମିଲ ହେବା ପାଇଁ ପ୍ରସ୍ତୁତ ଏହି ରୋବୋର୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହେଁ। ବାୟୁସେନା ପକ୍ଷରୁ ଅନେକ ଟ୍ରାଏଲ୍‌ ସରିଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡ଼ିଓ) ପକ୍ଷରୁ ଏହି ରୋବର୍ଟ ପ୍ରସ୍ତୁତ କରାଯାଇଛି। ଲକ୍ଷ୍ନୌରେ ହୋଇଥିବା ଡିଫେନ୍‌ସ ପ୍ରଦର୍ଶନୀରେ ଏହି ରୋବୋର୍ଟ ପ୍ରଦର୍ଶିତ ହୋଇଛି। ଅନେକ ସ୍ଥାନରେ ପରୀକ୍ଷାମୂଳକ ଭାବେ ବିସ୍ଫୋରକ ନିଷ୍କ୍ରିୟ କରିବାରେ ଏହି ରୋବୋର୍ଟ ସଫଳ ସାବ୍ୟସ୍ତ ହୋଇଛି।

ସବୁଠାରୁ ବଡ଼ କଥା ହେଲା ମୋବାଇଲ ସେଣ୍ଟର ଜରିଆରେଏହି ରୋବୋର୍ଟ ନିୟନ୍ତ୍ରିତ ହେବ। ଦୁଇ କିମି ଦୂରରୁ ରୋବୋର୍ଟକୁ ନିୟନ୍ତ୍ରଣ କରିହେବ। ରୋବୋର୍ଟକୁ ନିୟନ୍ତ୍ରିତ କରୁଥିବା ଲୋକ ସହଜରେ ବମ୍‌ ଚିହ୍ନଟ କରିପାରିବେ ଏବଂ ତୁରନ୍ତ ନିଷ୍କ୍ରିୟ କରିପାରିବେ।

ସମ୍ବନ୍ଧିତ ଖବର