ନୂଆଦିଲ୍ଲୀ: ପାକିସ୍ତାନ ପଟୁ ଯେ କୌଣସି ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ବାୟୁସେନା ସବୁଦିଗରୁ ପ୍ରସ୍ତୁତ ରହିଛି ବୋଲି ଆଜି ବାୟୁସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏଥିରୁ ଭାରତ-ପାକ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବେ ବି କାଏମ ରହିଥିବା ସ୍ପଷ୍ଟ ହୋଇଯାଇଛି । ପାକିସ୍ତାନ ଏବେ ବି ଭାରତ-ପାକ୍ ବାୟୁସୀମାର ୧୧ଟି ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ୍ କରି ରଖିଛି। ଗୋଟିଏ ପଟେ ଏହା ଓମାନ, ଇରାନ୍, ଆଫଗାନିସ୍ତାନ ଏବଂ ଚୀନ୍ ପାଇଁ ନିଜ ବାୟୁସୀମା ଖୋଲି ଦେଇଥିବା ବେଳେ ଭାରତ ପଟେ କଟକଣା ଜାରି ରଖିଛି। ତେବେ ପାକିସ୍ତାନ ଭାରତରେ ବିମାନ ଆକ୍ରମଣ କରିବା ପାଇଁ ପ୍ରୟାସ କଲେ ଏହାକୁ ପଣ୍ଡ କରି ଉଚିତ ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ସର୍ବାଧିକ ସତର୍କ ରହିଛି ବୋଲି କୁହାଯାଇଛି। ଭାରତୀୟ ବାୟୁସେନାର ସମସ୍ତ ଘାଟି, ବିଶେଷ କରି ପଶ୍ଚିମ ସୀମାରେ ଥିବା ଘାଟିଗୁଡ଼ିକୁ ଯେ କୌଣସି ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି । ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନ ଭାରତର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ପ୍ରୟାସ କରିଥିଲା, କିନ୍ତୁ ବାୟୁସେନା ଏହାକୁ ବିଫଳ କରିବାରେ ସକ୍ଷମ ହୋଇଥିଲା। ପାକିସ୍ତାନରେ ଜୈସ୍ ଆତଙ୍କବାଦୀ ସଂଗଠନର ଆଡ଼ାରେ ଭାରତର ବୋମାମାଡ଼ ପରେ ପାକିସ୍ତାନ ଉପରେ ଏବେ ପ୍ରବଳ ଅନ୍ତର୍ଜାତୀୟ ଚାପ ରହିଛି। ପାକିସ୍ତାନ ଭାରତ ବିରୋଧରେ ଏଫ୍ ୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ପ୍ରମାଣ ମିଳିଥିବାରୁ ଆମେରିକା ଏହାର ତଦନ୍ତ ଆରମ୍ଭ କରିଛି।
ଭାରତୀୟ ବାୟୁସେନାର ଘୋଷଣା: ପାକ୍ ଆକ୍ରମଣର ମୁକାବିଲା ପାଇଁ ସବୁଦିଗରୁ ପ୍ରସ୍ତୁତ
/sambad/media/post_attachments/wp-content/uploads/2019/03/26strike1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)