ବନ୍ୟା ଅପରେସନ୍ ବାବଦରେ ୧୧୩.୬୯ କୋଟି ଟଙ୍କାର ବିଲ୍‌ ପଠାଇଲା ବାୟୁସେନା, ଛାଡ଼ ପାଇଁ କେନ୍ଦ୍ରକୁ ଅନୁରୋଧ କଲେ କେରଳ ମୁଖ୍ୟମନ୍ତ୍ରୀ

ତିରୁବନନ୍ତପୁରମ: ଗତବର୍ଷ କେରଳ ବନ୍ୟାରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିବା ଭାରତୀୟ ବାୟୁସେନା କେରଳ ସରକାରଙ୍କ ନିକଟକୁ ୧୧୩.୬୯ କୋଟି ଟଙ୍କାର ବିଲ୍‌ ପଠାଇବା ପରେ ଏହାକୁ ଛାଡ଼ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ବନ୍ୟା ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ଉଦ୍ଧାରକାର୍ଯ୍ୟ ବାବଦରେ ୧୧୩.୬୯ କୋଟି ଟଙ୍କା ଛାଡ଼ କରିବା ପାଇଁ ଲିଖିତ ଆକରରେ ଜଣାଇଛନ୍ତି।

ଜୁଲାଇ ୨୫ ତାରିଖରେ ଏକ ପତ୍ର ଲେଖି ବିଜୟନ୍ ଜଣାଇଛନ୍ତି ଯେ ରାଜ୍ୟ ସରକାର ଭାରତୀୟ ବାୟୁସେନାଠାରୁ ୧୧୩.୬୯ କୋଟି ଟଙ୍କାର ଏକ ବିଲ୍‌ ଗ୍ରହଣ କରିଛନ୍ତି। ସେ ତାଙ୍କ ଚିଠିରେ ଆହୁରି ବି ଜଣାଇଛନ୍ତି ଯେ ବନ୍ୟା ପରେ ରାଜ୍ୟକୁ ପୁର୍ନନିର୍ମାଣ କରିବାକୁ ଆବଶ୍ୟକୀୟ ଭିତ୍ତିଭୂମିରେ ହେବାକୁ ଥିବା ଖର୍ଚ୍ଚ ବାବଦରେ ରାଜ୍ୟ ସରକାରଙ୍କୁ ଆହୁରି ୩୧ ହଜାର କୋଟିର ଆବଶ୍ୟକତା ରହିଛି।

BloombergQuint

ସେ ତାଙ୍କ ପତ୍ରରେ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି ଯେ ଏପରି ପରିସ୍ଥିତିରେ ରାଜ୍ୟର ରିଲିଫ୍‌ ପାଣ୍ଠିରୁ ଭାରତୀୟ ବାୟୁସେନାକୁ ଏତେ ବଡ଼ ରକମ ଦେଇ ଦେବା ନିଶ୍ଚୟ ମୁସ୍କିଲ୍‌ ହେବ। କେରଳର ବର୍ତ୍ତମାନର ସ୍ଥିତି ହେତୁ ମୁଁ କେନ୍ଦ୍ର ସରକାରଙ୍କୁ ୧୧୩.୬୯ କୋଟି ଟଙ୍କା ଛାଡ଼ କରିବାକୁ ଅନୁରୋଧ କରୁଛି ବୋଲି ବିଜୟନ ଲେଖିଛନ୍ତି।

ବିଜୟନ ୨୦୧୮ ମସିହା କେରଳ ବନ୍ୟା ସହିତ ୨୦୧୭ ମସିହାରେ ରାଜ୍ୟରେ ହୋଇଥିବା ବାତ୍ୟା କଥା ବି ତାଙ୍କ ପତ୍ରରେ ଲେଖିଛନ୍ତି। ରାଜ୍ୟକୁ ପୁନନିର୍ମାଣ କରିବା ପାଇଁ ଟଙ୍କାର ଖୁବ୍‌ ଆବଶ୍ୟକତା ରହିଥିବା ବେଳେ ରିଲିଫ୍‌ ପାଣ୍ଠିରୁ ଏତେ ବଡ଼ ରକମ ଦେଲେ ରାଜ୍ୟକୁ ଏହା ବିଶେଷ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର