ଗାନ୍ଧୀନଗର: ଆକାଶରେ ଅଘଟଣ । ଜଳିଗଲା ଫାଇଟର ଜେଟ୍ ଜାଗୁଆର୍ । ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ । ଗୁଜୁରାଟର ଜାମନଗର ନିକଟରେ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ଏଣେତେଣେ ଛିଟକି ହୋଇ ପଡିଛି ବିମାନର ଖଣ୍ଡଖଣ୍ଡ ଅଂଶ । ବିମାନର କିଛି ଅଂଶରେ ନିଆଁ ଲାଗିଛି ଯାହା ଦ୍ବାରା ଉକ୍ତ ଅଞ୍ଚଳ ଧୂଆଁମୟ ହୋଇଥିବା ସୂଚନା ମିଳିଛି ।
ତେବେ ଦୁର୍ଘଟଣା ପରେ ଜଣେ ପାଇଲଟ ସୁରକ୍ଷିତ ଥିବା ବେଳେ ଅନ୍ୟ ଜଣଙ୍କର ପତ୍ତ ମିଳୁନି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖା ଯାଉଛି କି ମାଟି ଉପରେ ଜଣେ ପାଇଲଟ ପଡିଛନ୍ତି ତାଙ୍କ ଚାରି ପାଖରେ ଲୋକ ଘେରି ଯାଇଛନ୍ତି । ଗୁରୁତର ଆହତ ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେମିତି ବିମାନ ଦୁର୍ଘଟଣା ହେଲା ତାର କାରଣ ଖୋଜା ଚାଲିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/02/2AXqjNvaTEpHXuYW9LVf.jpg)