ଆଣ୍ଡାମାନରେ ନିର୍ମାଣାଧିନ ଭାରତୀୟ ସାମରିକ ଘାଟିକୁ ନେଇ ବିଶ୍ୱରେ ଚର୍ଚ୍ଚା, କଣ କହୁଛନ୍ତି ସାମରିକ ବିଶେଷଜ୍ଞ ?

ନୂଆଦିଲ୍ଲୀ : ଭାରତ ସରକାର ଆଣ୍ଡାମାନରେ ନିର୍ମାଣ କରୁଥିବା ସାମରିକ ଘାଟିକୁ ନେଇ ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଏହାର କାରଣ ହେଉଛି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅବସ୍ଥିତି । ଏହି ଦ୍ୱୀପପୁଞ୍ଜ ସାମରିକ ଦୃଷ୍ଟିରୁ ଏକ ଗୁୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଛି । ଏହି ସ୍ଥାନରେ ସାମରିକ ଘାଟି ସ୍ଥାପନ କରି ଭାରତୀୟ ନୌସେନା ଭାରତ ମହାସାଗର ଉପରେ ନଜର ରଖିପାରିବ ।

ୟୁରେସିଆ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆଣ୍ଡାମାନ ଦ୍ୱୀପରେ ଭାରତୀୟ ସେନାର ଘାଟି ସ୍ଥାପନ କରିବା ଦ୍ୱାରା ମଲାକ୍କା ପ୍ରଣାଳୀ ଦେଇ ଭାରତ ମହାସାାଗରରେ ପ୍ରବେଶ କରୁଥିବା ଚୀନ ଜାହାଜ ଗୁଡିକ ଉପରେ ଭାରତୀୟ ନୌସେନା ନଜର ରଖିପାରିବ । ଏହି ପଥ ଦେଇ ହିଁ ଚୀନ, ଜାପାନ ଓ ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କ ବାଣିଜ୍ୟ କାରବାର ହୋଇଥାଏ । କିନ୍ତୁ ଏ ଅଞ୍ଚଳରେ ଦିନକୁ ଦିନ ଚୀନର ଆଧିପତ୍ୟ ବଢୁଥିବାରୁ ଭାରତ ଚିନ୍ତିତ ହୋଇପଡିଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭାରତ ନିକଟରେ ଏକ ନୌସେନା ଘାଟି ଖୋଲିଛି । ଏହାର ନାଁ ରହିଛି ଆଇଏନଏସ କୋହସା । କିନ୍ତୁ ଏହା ଭାରତର ଏକ ବୃହତ ରଣନୀତିର ଅଂଶ ବୋଲି ଜଣାପଡିଛି । ଭାରତ ମହାସାଗର ଅଂଚଳରେ ଚୀନର ପ୍ରାଦୁର୍ଭାବ ବଢୁଥିବାରୁ ଭାରତ ଏଠାରେ ଏକ ବଡ଼ ଧରଣର ସାମରିକ ଘାଟି ପ୍ରତିଷ୍ଠା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ଏକ ୧୦ ବର୍ଷିଆ ଯୋଜନା ପ୍ରସ୍ତୁତ କରାଯାଇଛି ଓ ଏଥିରେ ସରକାର ପ୍ରାୟ ୫୬୫୦ କୋଟି ଟଙ୍କା ବ୍ୟୟ କରିବେ ।

ସମ୍ବନ୍ଧିତ ଖବର