ଇରାନ୍‌ ବାୟୁସୀମା ଦେଇ ଉଡ଼ିବନି ଭାରତୀୟ ବିମାନ

ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ୍‌ ମଧ୍ୟରେ ଲଗାତାର ଉତ୍ତେଜନା ବଢ଼ି ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏବେ ଭାରତ ଅନେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛି। ଭାରତର କୌଣସି ବିମାନ ଇରାନ୍‌ର ବାୟୁସୀମା ବ୍ୟବହାର ନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଜଣାଇଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଇରାନ୍‌ ବାୟୁସୀମା ବ୍ୟବହାର ନକରି ବିକଳ୍ପ ରାସ୍ତାରେ ବିମାନ ଚଳାଚଳ ପାଇଁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ପୂର୍ବରୁ ବିଶ୍ବର ଅନେକ ଏୟାରଲାଇନ୍ସ ଇରାନ୍‌ ବାୟୁସୀମା ବ୍ୟବହାର ନକରିବାକୁ ଘୋଷଣା କରିଛନ୍ତି। ତେବେ ଏହି ନିଷ୍ପତ୍ତି ଯୋଗୁଁ ଦକ୍ଷିଣ ଏସିଆ ଏବଂ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟରେ ଦୂରତା ବଢ଼ିଯାଇଛି । ଏହାର ପ୍ରଭାବ ନୂଆ ଦିଲ୍ଲୀ ଉପରେ ମଧ୍ୟ ପଡ଼ିଛି।

ସମ୍ବନ୍ଧିତ ଖବର