ୱାସିଂଟନ୍‌: ୭୬ତମ ସ୍ବାଧୀନତା ଦିବସ ଉପଲେକ୍ଷେ ଭାରତକୁ ଶୁଭେଚ୍ଛା ଜଣାଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ, ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ସେମାନଙ୍କ ଦେଶକୁ ଆହୁରି ଉଗ୍ର-ଆଧୁନିକ, ପରିପୂର୍ଣ୍ଣ ଏବଂ ବଳିଷ୍ଠ କରିଛନ୍ତି।

Advertisment

ଭାରତର ସ୍ବାଧୀନତା ଦିବସ ଅବସରରେ ଆଜି ଏକ ବିବୃତିରେ ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି, ପ୍ରାୟ ଚାରି ନିୟୁତ ସୁଖୀ ଭାରତୀୟ-ଆମେରିକୀୟମାନଙ୍କ ସମେତ ସମଗ୍ର ବିଶ୍ବରେ ଥିବା ଜନତା ଅଗଷ୍ଟ ୧୫ ତାରିଖରେ ଭାରତର ସ୍ବାଧୀନତା ଦିବସର ୭୫ତମ ବାର୍ଷିକୀ ପାଳନ କରୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କ କାଳଜୟୀ ବାର୍ତ୍ତା ସତ୍ୟ ଓ ଅହିଂସା ମାର୍ଗରେ ପରିଚାଳିତ ଭାରତର ଗଣତାନ୍ତ୍ରିକ ଯାତ୍ରା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭାରତବାସୀଙ୍କ ସହିତ ଯୋଗ ଦେଉଛି।

publive-image Image Courtesy of Reuters

ବାଇଡେନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛି। ଦୁଇ ଦେଶର କୂଟନୈତିକ ଭିତ୍ତି ହେଉଛି, ଆଇନର ଶାସନ ଏବଂ ମାନବ ସ୍ବାଧୀନତା ଏବଂ ମର୍ଯ୍ୟାଦାର ପ୍ରସାର ପ୍ରତି ପ୍ରତିବଦ୍ଧତା। ଭାରତ ଓ ଆମେରିକାର ସମ୍ପର୍କକୁ ଗୁରୁତ୍ବପୂର୍ଣ୍ଣ ବୋଲି କହି ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି, ଜନସାଧାରଣଙ୍କ ନିବିଡ଼ ବନ୍ଧନଦ୍ବାରା ଆମର ବନ୍ଧୁତ୍ବ ଆହୁରି ସୁଦୃଢ଼ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଆମକୁ ଆହୁରି ଉଗ୍ର-ଆଧୁନିକ, ପରିପୂର୍ଣ୍ଣ ଏବଂ ବଳିଷ୍ଠ କରିଛନ୍ତି।

ବାଇଡେନ୍‌ ଆହୁରି ମଧ୍ୟ କହିଛନ୍ତି କି, ନିୟମଭିତ୍ତିକ ଶୃଙ୍ଖଳା ରକ୍ଷା, ଶାନ୍ତିର ବହୁଳ ପ୍ରସାର ଏବଂ ଆମ ଜନସାଧାରଣଙ୍କ ନିରାପତ୍ତା ନିମନ୍ତେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ଏହାଛଡ଼ା, ଅବାଧ ଏବଂ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ଅଗ୍ରଗାମୀ କରାଇବା ସହ ସମଗ୍ର ବିଶ୍ବରେ ଆମେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ମୁକାବିଲା କରିବେ।