ନୂଆଦିଲ୍ଳୀ: ଫେସ୍ବୁକ୍ରେ ଏକ ମଜାକଥା(ଜୋକ୍) ପୋଷ୍ଟ କରି ଅଡୁଆରେ ପଡ଼ିଛନ୍ତି ଜଣେ ଭାରତୀୟ-ଆମେରିକୀୟ ପ୍ରଫେସର। ଆମେରିକାର ୫୨ଟି ସାଂସ୍କୃତିକସ୍ଥଳୀକୁ ବିସ୍ଫୋରଣରେ ଇରାନ ଉଡ଼ାଇଦେବ ବୋଲି ଫେସ୍ବୁକ୍ ପୋଷ୍ଟ୍ କରିବା ପରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି।
ପ୍ରଫେସର୍ ଜଣକ ହେଉଛନ୍ତି ଆସିନ ଫାନ୍ସେ। ସେ ବାବ୍ସୋନ କଲେଜରେ ଅଧ୍ୟାପନା କରୁଥିଲେ। ତାଙ୍କ ବ୍ୟକ୍ତିଗତ ଫେସ୍ବୁକ୍ ପେଜ୍ରେ ଏପରି ଆପତ୍ତିଜନକ ମଜାକିଆ ପୋଷ୍ଟ୍ ପାଇଁ ତାଙ୍କୁ କଲେଜରୁ ବାହାର କରି ଦିଅାଯାଇଛି।
ଆମେରିକାର ଏକ ଟିଭିରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଆସିନ ତାଙ୍କ ପୋଷ୍ଟ୍ ପାଇଁ କ୍ଷମା ମାଗି ସାରିଛନ୍ତି। କାହାରି ସାଂସ୍କୃତିକ ଭାବନାକୁ ଆଘାତ ପହଞ୍ଚାବା ତାଙ୍କର ଉଦ୍ଦେଶ୍ୟ ନଥିଲା। କେବଳ ମଜାରେ ସେ ଏପରି କରିଥିବା କହିବା ପରେ ବି ତାଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି।
ଆମେରିକାର ସାଂସ୍କୃତିକସ୍ଥଳୀଗୁଡ଼ିକୁ ନେଇ ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପ୍ କରିଥିବା ଏକ ଟ୍ବିଟ୍ର ପ୍ରତିକ୍ରିୟାରେ ପ୍ରଫେସର୍ ଏପରି ପୋଷ୍ଟ୍ କରିଥିଲେ। ପ୍ରଫେସର ତାଙ୍କ ପୋଷ୍ଟ୍ରେ ଇରାନ ଆମେରିକାର ୫୨ଟି ସ୍ଥାନକୁ ବିସ୍ଫୋରଣରେ ଉଡ଼ାଇବ ବୋଲି ଲେଖିବା ସହ କିଛି ମୁଖ୍ୟସ୍ଥଳୀର ନାମ ମଧ୍ୟ ଲେଖିଥିଲେ।
/sambad/media/post_attachments/wp-content/uploads/2020/01/81487841_3369183906489801_4594694479264350208_n-300x150.jpg)
ବାବ୍ସୋନରେ ଥିବା ଏକ କଲେଜ୍ରେ ଆସିନ ଫାନ୍ସେ ନିର୍ଦ୍ଦେଶକ ଥିଲେ। କଲେଜଟି ବୋଷ୍ଟ୍ନରୁ ୨୦ କିଲୋମିଟର ଦୂରରେ ଥିବା ୱେଲ୍ଲେସ୍ଲିଠାରେ ଅବସ୍ଥିତ। ସେ ଚାକିରିରୁ ବାହାରିବା ପରେ କହିଛନ୍ତି, ‘ମୁଁ କେବଳ ମଜାରେ ହିଁ ଏପରି ଲେ୍ଖିଥିଲି। ମୋର ଆଶା ଥିଲା ଯେ କଲେଜ୍ ମୋ ସପକ୍ଷରେ ଯିବ ବୋଲି। ମାତ୍ର ସେପରି ହେଲା ନାହି।’
ଉଳ୍ଲେଖଯୋଗ୍ୟ, ଇରାନର କୁଦସ ସେନାର ମୁଖ୍ୟ କାସିମ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ର ଟ୍ରମ୍ପ୍ଙ୍କ ଉପରେ ରକ୍ତମୁଖା ହୋଇ ରହିଥିବା ବେଳେ ଦୁଇ ଦେଶ ଭିତରେ କେଉଁ ବି ପରିସ୍ଥିତିରେ ଯୁଦ୍ଧ ଆଶଙ୍କା କରାଯାଉଛି।